ସ୍ବର୍ଗଦ୍ବାରରେ ଶ୍ରାଦ୍ଧ ଓ ପୂଜା ସାମଗ୍ରୀ ବିକ୍ରୟ ଦାୟିତ୍ବ ନେବ ଓରମାସ

ପୁରୀ-  ସ୍ୱର୍ଗଦ୍ୱାର ପରିସର ମଧ୍ୟରେ ଥିବା ପୂଜା ଓ ଶ୍ରାଦ୍ଧ ସାମଗ୍ରୀ ବିକ୍ରୟ କେନ୍ଦ୍ର ପରିଚାଳନା ଦାୟିତ୍ବ ନେବାକୁ ଯାଉଛି ଓର୍ମାସ। ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏ ସଂକ୍ରାନ୍ତରେ ଏକ ବୁଝାମଣାପତ୍ର  ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ପୁରୀ ଠାରେ ସ୍ୱର୍ଗଦ୍ୱାର ସେବା ସମିତି ଓ ଓରମାସ୍ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ।

ସ୍ୱର୍ଗଦ୍ୱାର ସେବା ସମିତି ପକ୍ଷରୁ ପୁରୀ ଉପଜିଲ୍ଲାପାଳ ତଥା ସ୍ୱର୍ଗଦ୍ୱାର ସେବା ସମିତିର ଆବାହକ ସମ୍ପାଦକ ଭବତାରଣ ସାହୁ ଓ ଓର୍ମାସ ପୁରୀ ତରଫରୁ ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ଦାସ ବୁଝାମଣାପତ୍ରରେ ସ୍ଵାକ୍ଷର କରିଛନ୍ତି। ଏହି ବୁଝାମଣାପତ୍ର ସ୍ଵାକ୍ଷର କାର୍ଯ୍ୟକ୍ରମରେ ଯୋଗ ଦେଇ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ମହାପାତ୍ର ସ୍ୱର୍ଗଦ୍ୱାର ସଂସ୍କାର କାର୍ଯ୍ୟରେ ଓର୍ମାସ ଯୋଡି ହେଲେ ଏହାଦ୍ୱାରା ଅନେକ ସ୍ୱୟଂସହାୟକ ଗୋଷ୍ଠୀ ଉପକୃତ ହେବେ ବୋଲି କହିଛନ୍ତି ।

Related Articles

Back to top button