କେନ୍ଦୁଝରରେ ଭୁଶୁଡ଼ିଲା ଓଭରବ୍ରିଜ୍‌

କେନ୍ଦୁଝର: ବହୁ କୋଟି ଟଙ୍କା ବ୍ୟୟରେ ନିର୍ମିତ ବ୍ରିଜ୍‌ଟି ବର୍ଷାରେ ଭୁଶୁଡ଼ି ପଡ଼ିଛି। ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଲୋକେ। କବିତା ମେଡିକାଲ କଲେଜ ନିକଟ ରାସ୍ତାରେ ଥିବା ଓଭର ବ୍ରିଜ୍‌ଟି ରବିବାର ଭୁଶୁଡ଼ି ପଡ଼ିଥିଲା। ଫଳରେ ଏହାର ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାସ୍ତା ନିର୍ମାଣ କରିଥିବା ଠିକାସଂସ୍ଥା ନିମ୍ନମାନର କାର୍ଯ୍ୟ କରିଥିବାରୁ ବ୍ରିଜ୍‌ ଭୁଶୁଡ଼ିଥିବା ଅଭିଯୋଗ ହେଉଛି। ଏନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ସଠିକ୍‌ ରୂପେ ତଦାରଖ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି। ଏନେଇ ଠିକାସଂସ୍ଥା ମଣ୍ଟେକାର୍ଲୋର ରାସ୍ତା ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ମ୍ୟାନେଜର ସତ୍ୟ ରଞ୍ଜନ ରାଉତ କହିଛନ୍ତି, ସେ ଏ ବିଷୟରେ ଅବଗତ ନାହାନ୍ତି।

Related Articles

Back to top button