ପ୍ରସିଦ୍ଧ ପାକିସ୍ତାନୀ ଅମ୍ପାୟାର ଅସଦ ରୌଫଙ୍କ ହୃଦ୍‌ଘାତ ଯୋଗୁ ପରଲୋକ

ଇସଲାମାବାଦ: ଆଇସିସିର ଏଲିଟ ପ୍ୟାନେଲର ଅଂଶ ଥିବା ପାକିସ୍ତାନୀ ଅମ୍ପାୟାର ଅସଦ ରୌଫ (୬୬)ଙ୍କ ଲାହୋରରେ ଦେହାନ୍ତ ହୋଇଛି। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ଏହି ଖବରକୁ ତାଙ୍କ ଭାଇ ତାହିର ନିଶ୍ଚିତ କରିଛନ୍ତି। ପୂର୍ବତନ ଅମ୍ପାୟାରଙ୍କ ଭାଇ କହିଛନ୍ତି ଯେ, ମୃତ୍ୟୁ ପୂର୍ବରୁ ସେ ତାଙ୍କ ଦୋକାନ ବନ୍ଦ କରି ଘରକୁ ଯାଉଥିଲେ, କିନ୍ତୁ ହଠାତ୍‌ ସେ ହୃଦ୍‌ଘାତର ଶିକାର ହୋଇଥିଲେ।
ରୌଫ ୨୦୦୬ ରୁ ୨୦୧୩ ପର୍ଯ୍ୟନ୍ତ ଆଇସିସିର ଏଲିଟ ଅମ୍ପାୟାର ପ୍ୟାନେଲର ସଦସ୍ୟ ଥିଲେ। ମ୍ୟାଚ ଫିକ୍ସିଂ ଏବଂ ସ୍ପଟ ଫିକ୍ସିଂରେ ମଧ୍ୟ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଫେବୃଆରୀ ୨୦୧୬ରେ, ରାଉଫ ବିସିସିଆଇ ଦ୍ୱାରା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏଥିପାଇଁ ତାଙ୍କୁ ୫ ବର୍ଷ କ୍ରିକେଟରୁ ବାସନ୍ଦ କରାଯାଇଥିଲା।
ଅସଦ ରୌଫ ମୋଟ ୨୩୧ଟି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ରେ ଅମ୍ପାୟାରିଂ କରିଥିଲେ। ଏଥିରେ ୬୪ ଟେଷ୍ଟ, ୨୮ ଟି-୨୦ ଏବଂ ୧୩୯ଟି ଦିନିକିଆ ସାମିଲ ଅଛି। ସେ ୨୦୧୩ରେ ସମସ୍ତ ପ୍ରକାର ଅମ୍ପାୟାରରୁ ଅବସର ନେଇଥିଲେ।

Related Articles

Back to top button