
ବାରଙ୍ଗ ଥାନା ଏଏସଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର : ବାରଙ୍ଗ ଥାନା ଏଏସଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏଏସଆଇ ଅଶୋକ ପ୍ରଧାନଙ୍କ ମୃତଦେହ ଉଦ୍ଧାର । ନନ୍ଦନକାନନସ୍ଥିତ ପଦାସାହି ଘରୁ ମିଳିଲା ମୃତଦେହ । ଗତକାଲି ରାତିରେ ଡ୍ୟୁଟି ସାରି ଘରକୁ ଫେରିଥିଲେ । ପରିବାର ସହିତ ଥିଲେ ଏଏସଆଇ ଅଶୋକ । ରାତିରେ ସ୍ତ୍ରୀଙ୍କ ସହ ଝଗଡା ହୋଇଥିଲା । ସକାଳୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଠାବ କରିଥିଲେ ପରିବାର ଲୋକେ । ତେବେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଦେଖାଦେଇଛି । ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ତଦନ୍ତ ଆରମ୍ଭ କରିଛି ।