
ବୁଧବାର ରାଉରକେଲା ଉଦିତନଗରରୁ ରାହୁଲଙ୍କ ପଦଯାତ୍ରା ଆରମ୍ଭ ହୋଇଛି ।
ଓଡ଼ିଶାରେ ଦ୍ୱିତୀୟ ଦିନରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଜାରି ରହିଛି । ବୁଧବାର ରାଉରକେଲା ଉଦିତନଗରରୁ ରାହୁଲଙ୍କ ପଦଯାତ୍ରା ଆରମ୍ଭ ହୋଇଛି । ପାନପୋଷ ଛକରେ ପହଂଚିବାରେ ସେଠାରେ ଜନସାଧାରଣଙ୍କୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଓଡ଼ିଶାରୁ ଦାଦନ ଶ୍ରମିକ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି । ୩୦ଲକ୍ଷ ଲୋକ କାମ କରିବାକୁ ବାହାରକୁ ଯାଉଛନ୍ତି । ଏଠାରେ ଆଦିବାସୀ ଓ ଦଳିତଙ୍କ ପ୍ରତି ଅତ୍ୟାଚାର ହେଉଛି । ଦେଶରେ ସବୁଠାରୁ ଅଧିକ ବେରୋଜଗାର ଓଡ଼ିଶାରେ ବୋଲି ରାହୁଲ କହିଛନ୍ତି । ପଦଯାତ୍ରା ଆରମ୍ଭ କରିବା ପୂର୍ବରୁ ରାହୁଲ ଗାନ୍ଧୀ ବେଦବ୍ୟାସ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ ।