ଓଡିଶା – ଛତିଶଗଡ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି

ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଉମରକୋଟ ପୋଲିସ ଓଡିଶା – ଛତିଶଗଡ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ଗୋଟେ ପଟେ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପ୍ରଚାର ମୈଦାନକୁ ଓହ୍ଲାଇ ଥିବାବେଳେ ଅନ୍ୟପଟେ ସୀମାନ୍ତ ଅଞ୍ଚଳରେ ପୋଲିସ ତନାଘନା ଯାଞ୍ଚ କରୁଛି । ନିର୍ବାଚନକୁ ସୁଚାର ରୂପେ ସମ୍ପାଦନ କରିବା ପାଇଁ ନବରଙ୍ଗପୁର ଜିଲ୍ଲା ଉମରକୋଟ ଏସ୍ଡ଼ିପିଓଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀଙ୍କ ତତ୍ୱାବଧାନରେ ଏସଆଇ ଓ ସିଆରପିଏଫ ର ୧୨ନଂ ବାଟାଲିୟନ ପୋଲିସ ଫୋର୍ସ ଏକତ୍ରିତ ହୋଇ ଓଡିଶା ଓ ଛତିଶଗଡ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ସମସ୍ତ ଗାଡିକୁ କଡ଼ାକଡ଼ି ଭାବରେ ଯାଞ୍ଚ କରିଥିଲେ । ଛତିଶଗଡରୁ ଓଡିଶା ଏବଂ ଓଡିଶା ରୁ ଛତିଶଗଡ ଯାଉଥିବା ସମସ୍ତ ଯାନବାହାନକୁ ତନାଘନା କରି ଯାଞ୍ଚ କରାଯାଇଥିଲା । ନିର୍ବାଚନ ସରିବା ପର୍ଯ୍ୟନ୍ତ ସୀମାନ୍ତ ଅଂଚଳରେ ଏହି ପ୍ରକ୍ରିୟା ଚାଲିବ ବୋଲି ଉମରକୋଟ ଏସଡିପିଓ ସୂଚନା ଦେଇଛନ୍ତି ।

Related Articles

Back to top button