କମ୍ବିଂ ବେଳେ ଏସଓଜି ଯବାନ-ମାଓବାଦୀ ଗୁଳି ବିନିମୟ : ନିହତ ହେଲେ ୨ ମାଓବାଦୀ

କମ୍ବିଂ ବେଳେ ଏସଓଜି ଯବାନ-ମାଓବାଦୀ ଗୁଳି ବିନିମୟ । ନିହତ ହେଲେ ଦୁଇ ମାଓବାଦୀ। କଣ୍ଟାମାଳ ଥାନା ପଢ଼େଲ ଡ୍ୟାମ୍‌ ନିକଟ ଜଙ୍ଗଲରେ ଏନକାଉଣ୍ଟର । ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ହେବ ଚାଲିଛି ଗୁଳି ବିନିମୟ ।

ଗୁଳି ବିନିମୟରେ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଜଙ୍ଗଲରେ ୪୦ରୁ ୫୦ ମାଓବାଦୀ ଲୁଚି ରହିଥିବା ସନ୍ଦେହ । ଆଜି ସକାଳ ପ୍ରାୟ ୬ରୁ ୭ଟା ମଧ୍ୟରେ ଏସଓଜି ଯବାନ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏହି ଗୁଳିବିନିମୟରେ ୨ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ଏବେ ବି ସେଠାରେ ସର୍ଚ୍ଚ ଅପରେଶନ ଚାଲିଛି ।ସୂଚନା ଯୋଗ୍ୟ, କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ ଅପରେଶନରେ ୨ ମାଓବାଦୀ ନିହତ ହୋଇଛନ୍ତି ।

 

Related Articles

Back to top button