କାଲିଠାରୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମ୍ଭାବନା : ୩୦ ତାରିଖ ପର୍ଯ୍ୟନ୍ତ ବର୍ଷିବ ନିଆଁ

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। କାଲିଠାରୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମ୍ଭାବନା ରହିଛି। ୩୦ ତାରିଖ ପର୍ଯ୍ୟନ୍ତ ଆକାଶରୁ ବର୍ଷିବ ନିଆଁ । ତାତିରୁ ନାହିଁ ନିସ୍ତାର । ସିଭିୟର ହିଟୱେଭ ପାଇଁ ୯ ଜିଲ୍ଲାକୁ ରେଡ ଆଲର୍ଟ ଜାରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉକ୍ତ ଜିଲ୍ଲାଗୁଡ଼ିକ ହେଉଛି – ବାଲେଶ୍ବର, ମୟୂରଭଞ୍ଜ, ଢେଙ୍କାନାଳ, ଝାରସୁଗୁଡା, ଗଞ୍ଜାମ, ଗଜପତି, ବଲାଙ୍ଗୀର, ନୂଆପଡା ଓ କଳାହାଣ୍ଡି । ସେହିପରି ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ୧୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ୨୭ ତାରିଖରେ ୧୫ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଥିବା ବେଳେ ୨୮ ଏବଂ ୨୯ ତାରିଖରେ ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ୩୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା-ଝାରସୁଗୁଡା: 43.6°C ,ଭୁବନେଶ୍ୱର: 42.2°C, ହୀରାକୁଦ: 42.2°C , ସମ୍ବଲପୁର: 42.2°C, କେନ୍ଦୁଝର: 41.8°C, ଚାନ୍ଦବାଲି: 41.8°C, ରାଉରକେଲା: 41.4°C, ବାଲେଶ୍ୱର: 41°C, ପୁରୀ: 35°C, ଗୋପାଳପୁର: 34.8°C, ପାରାଦ୍ୱୀପ: 34.2°C ।

Related Articles

Back to top button