ରାମଲାଲାଙ୍କ ପାଇଁ ଓଡିଶାରୁ ଅଯୋଧ୍ୟା ଯିବ ଧନୁ ତୀର

ରାମଲାଲାଙ୍କ ପାଇଁ ଓଡିଶାରୁ ଅଯୋଧ୍ୟା ଯିବ ଧନୁ ତୀର । ଏହାକୁ ପଠାଇବେ ଐତିହ୍ୟ ସଂଗ୍ରାହକ ସୁଦର୍ଶନ ସାହୁ । ଏଥିପାଇଁ କଟକୀ ମଠର ମଠାଧୀଶ ବିଜୟ ରାମାନୁଜଙ୍କ ଉଦ୍ୟମରେ ନ୍ୟାସର ସଂପାଦକଙ୍କ ସହ ଯୋଗାଯୋଗ କ୍ରମେ ଅନୁମତି ମିଳିଛି ।ପୁରୀର ପ୍ରସିଦ୍ଧ ପାପୁଡିଆ ମଠର ମୁଖ୍ୟ ରାମକୃଷ୍ଣ ଦାସ ମହାରାଜ ଏଭଳି ଯୁଗଳ କଳାକୃତିକୁ ଅଯୋଧ୍ୟାରେ ନ୍ୟାସ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚାଇବା ପାଇଁ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି ।2 ଫୁଟ ଲମ୍ବ ଏବଂ ଦେଢ଼ ଫୁଟ ଚଉଡା ବିଶିଷ୍ଟ ଏହି ଧନୁ ଓ ତୀରର ଓଜନ ଦୁଇ କିଲୋ ହେବ । ଏହା ସମ୍ପୂର୍ଣ୍ଣ ପିତ୍ତଳରେ ତିଆରି ହୋଇଛି ।

ସୂଚନାଥାଉକି, ଆସନ୍ତା ଜାନୁଆରୀ 22 ତାରିଖରେ ରାମ ମନ୍ଦିର ଲୋକାର୍ପଣ ହେବା ସହ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହାକୁ ନେଇ ସମଗ୍ର ଅଯୋଧ୍ୟାରେ ଜୋରଦାର ପ୍ରସ୍ତୁତି ଜାରି ରହିଛି । ରାମଲାଲାଙ୍କ ପାଇଁ ଦେଶର କୋଣଅନୁକୋଣରୁ ବିଭିନ୍ନ ସମଗ୍ରୀ ଆସୁଛି । ଏଥି ମଧ୍ୟରେ ରହିଛି ଓଡ଼ିଶାରୁ ଧନୁତୀର ।

Related Articles

Back to top button