ମଣିପୁର ସରକାର ଇମ୍ଫାଲରୁ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ କରିବାକୁ ଅନୁମତି ଦେଲେ ନାହିଁ ଅନୁମତି

କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା ମଣିପୁରରୁ ଆରମ୍ଭ ହେବାକୁ ଯାଉଛି । ଏହାର ଶୁଭାରମ୍ଭ ଇମ୍ଫାଲ ଠାରେ କରାଯିବ । ଏନେଇ ବୁଧବାର ଦିନ କଂଗ୍ରେସ ତରଫରୁ ସ୍ପଷ୍ଟ କରାଯାଇଥିଲା । ଏହାସହ କୁହାଯାଇଥିଲା କି, ମଣିପୁର ସରକାର ଇମ୍ଫାଲ ଗ୍ରାଉଣ୍ଡରୁ ନ୍ୟାୟ ଯାତ୍ରା ଆରମ୍ଭ କରିବାକୁ ଅନୁମତି ଦେଇ ନାହିଁ । ଏନେଇ କଂଗ୍ରେସ ତରଫରୁ ମଣିପୁର ସରକାରଙ୍କୁ ଟାର୍ଗେଟ କରାଯାଇଛି । କଂଗ୍ରେସ କହିଛି କି, ମଣିପୁର ସରକାର ଏହି ଯାତ୍ରାକୁ ଭୟ କରୁଛନ୍ତି । ହେଲେ କିଛି ବି ପରିସ୍ଥିତିରେ ଇମ୍ଫାଲ ଗ୍ରାଉଣ୍ଡରୁ ଯାତ୍ରାର ଶୁଭାରମ୍ଭ କରାଯିବ ବୋଲି କଂଗ୍ରେସ କହିଛନ୍ତି ।

କଂଗ୍ରେସ ମହାସଚିବ କେସି ବେଣୁଗୋପାଳ କହିଛନ୍ତି କି, ଆମକୁ ସୂଚନା ମିଳିଛି କି ଇମ୍ଫାଲ ଗ୍ରାଉଣ୍ଡରୁ ନ୍ୟାୟ ଯାତ୍ରା ଆରମ୍ଭ କରିବା ନେଇ ଦଳ ତରଫରୁ କରାଯାଇଥିବା ଆବେଦନକୁ ମଣିପୁର ସରକାର ଖାରଜ କରିଦେଇଛନ୍ତି । ଏହି ଯାତ୍ରା ଯେତେବେଳେ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଆୟୋଜିତ କରାଯାଉଛି, ସେତେବେଳେ ମଣିପୁରକୁ କିଭଳି ବାଦ ଦିଆଯାଇପାରିବ ବୋଲି ବେଣୁଗୋପାଳ କହିଛନ୍ତି ।

କେବଳ ସେତିକି ନୁହେଁ କଂଗ୍ରେସ ନେତା କହିଛନ୍ତି କି, ଏହି ଯାତ୍ରା ସମୟରେ ପ୍ରତ୍ୟେକ ରାଜ୍ୟରେ ଇଣ୍ଡିଆ ମେଣ୍ଟ ସହ ଥିବା ଦଳର ନେତାମାନଙ୍କୁ ନିମନ୍ତ୍ରିତ କରାଯିବ । ଯେଉଁଠାରେ ସମ୍ଭବ ହେବ ସେମାନେ ସେଠାରେ ଯାତ୍ରା ସହ ଯୋଡି ହେବେ ।

Related Articles

Back to top button