ଲଗାଣ ବର୍ଷାରେ ଧୋଇ ଗଲା କଲଭର୍ଟ, ଦୁଇ ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ

ଫୁଲବାଣୀ: ଲଘୁଚାପ ଜନିତବର୍ଷାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି l ଲଗାଣ ବର୍ଷାରେ ତୂମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ କୃତମଗଡ଼ ଠାରୁ ସିରଲା ଓ କୋଟଗଡ଼ ଠାରୁ ପାରିଗଡ଼ ପଂଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବଟେଡିମୁଣ୍ଡା କଲଭର୍ଟ ଧୋଇ ହୋଇଯାଇଛି l ଫଳରେ ୨ ପଞ୍ଚାୟତର ବୁଢା ଖମ୍ବା, ପାରିଗଡ଼, ଗନଯୁଗୁଡା, ମୁଣ୍ଡା ସିଙ୍ଗ, ସାରସିଙ୍ଗିଆ, ବାଲିଗଡା ଆଦି ଅନେକଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି l ବ୍ଲକ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଉଦ୍ୟମ କରାଯାଉଥିବା ପ୍ରଶାସନ ସୂଚନା ଦେଇଛି l

Related Articles

Back to top button