ଶ୍ରୀମନ୍ଦିର ରତ୍ନଭଣ୍ଡାର କବାଟ କରାଯିବ ସୁନା ଛାଉଣୀ

ଶୁକ୍ରବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି। ଏହି ବୈଠକରେ ଭକ୍ତମାନଙ୍କ ସହଜ ଦର୍ଶନଠାରୁ ଆରମ୍ଭ କରି ଶ୍ରୀମନ୍ଦିର ଉନ୍ନତିକରଣ ଦିଗରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।ଏହି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାର କବାଟ ସୁନା ଛାଉଣୀ କରାଯିବ। ଏଏସ୍ଆଇ ମରାମତି କାର୍ଯ୍ୟ ସାରିବା ପରେ ଭିତର ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାର କବାଟ ସୁନା ଛାଉଣୀ ହେବ। ସୁନା ଛାଉଣୀ ପ୍ରସ୍ତାବକୁ ପରିଚାଳନା କମିଟିରେ ଅନୁମତି ମିଳିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଏଥିସହ ଶ୍ରୀମନ୍ଦିର ନାଟ ମଣ୍ଡପରେ ଏୟାର କଣ୍ଡିସନ ବ୍ୟବସ୍ଥା ହେବ। ଭକ୍ତମାନଙ୍କ ସହଜ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ। ବୃଦ୍ଧବୃଦ୍ଧା ଓ ମହିଳାଙ୍କ ପାଇଁ ଅଲଗା ଧାଡ଼ି ବ୍ୟବସ୍ଥା କରାଯିବ। ମହିଳାଙ୍କ ପାଇଁ ଅଲଗା ଓ ପୁରୁଷଙ୍କ ପାଇଁ ଅଲଗା ଧାଡ଼ି କରାଯିବ। ନାଟ ମଣ୍ଡପରେ ଥିବା ଆଲମୀରା କାଢ଼ି ଦିଆଯିବ। ମହାପ୍ରଭୁଙ୍କ ଜମିକୁ ନେଇ ଶ୍ରୀ ପାଢ଼ୀ ସୂଚନା ଦେଇ କହିଛନ୍ତି ଯେ ମହାପ୍ରଭୁଙ୍କ ଜମି ଡିଜିଟାଇଜେସନ ହେବ । ଓରସାକ ସହାୟତାରେ ସମସ୍ତ ଜମି ରେକର୍ଡ ଡିଜିଟାଇଜେସନ ହେବ । ଡିଜିଟାଇଜେଳସନ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି।

Related Articles

Back to top button