
ରାଜ୍ୟରେ ଶେଷ ହୋଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ : ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ
ଆଜି ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ଜନତା ଏବଂ ନେତା। ଓଡ଼ିଶାର ୪୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର। ତେବେ ମିଳିଥିବା ସୂଚନା ମୁତାବକ ଅପରାହ୍ନ ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ ହୋଇଛି। ବାଲେଶ୍ୱର ଜିଲ୍ଲାରେ ୬୧.୯୪ ପ୍ରତିଶତ, ଭଦ୍ରକରେ ୫୬.୬୮ ପ୍ରତିଶତ, କଟକରେ ୬୭.୯୬ ପ୍ରତିଶତ, ଜଗତସିଂହପୁରରେ ୬୪.୩୧ ପ୍ରତିଶତ, ଯାଜପୁରରେ ୬୨.୯୨ ପ୍ରତିଶତ, କେନ୍ଦ୍ରାପଡାରେ ୫୯.୮୯ ପ୍ରତିଶତ, ମୟୂରଭଞ୍ଜରେ ୬୩.୯୭ ପ୍ରତିଶତ ଏବଂ ପୁରୀ ଜିଲ୍ଲାରେ ୬୭.୩୦ ପ୍ରତିଶତ ମତଦାନ ହୋଇଛି। ତେବେ ସନ୍ଧ୍ୟା ୬ ଟା ଯାଏଁ ଏହି ମତଦାନ ଚାଲିବ ଏବଂ ଏହା ସହ ରାଜ୍ୟରେ ସରିବ ଶେଷ ପର୍ଯ୍ୟାୟ ମତଦାନ। ଜୁନ୍ ୪ ରେ ଭୋଟ୍ ଗଣତି କରାଯିବା ପରେ କିଏ କେଉଁ ସ୍ଥାନରୁ ବିଜୟ ହାସଲ କରିବ ସେ ନେଇ ବିବରଣୀ ପରକାଶ ପାଇବ।