
ଶ୍ରୀମନ୍ଦିର ଜଗମୋହନ ମରାମତି ନେଇ ଏଏସଆଇ ଦ୍ଵାରା ଦାଖଲ ସତ୍ୟପାଠରେ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ।
ହାଇକୋର୍ଟରେ ଶ୍ରୀମନ୍ଦିର ମରାମତି ମାମଲା । ଜଗମୋହନ ମରାମତି ନେଇ ଏଏସଆଇ ଦ୍ଵାରା ଦାଖଲ ସତ୍ୟପାଠରେ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ। ପୂର୍ବରୁ ଦାଖଲ କରିଥିବା ସତ୍ୟପାଠରେ ମରାମତି କାମର ଅଗ୍ରଗତି ନେଇ ରିପୋର୍ଟ ରହିଥିଲା ।
ତେଣୁ ଏହାକୁ ପ୍ରତ୍ୟାହାର କରିଛି ଏଏସଆଇ । ଆସନ୍ତା ୧୫ ତାରିଖରେ ପୁଣିଥରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ୨୦୧୭ ରୁ ଏ ପର୍ଯ୍ୟନ୍ତ ହୋଇଥିବା ସମସ୍ତ କାର୍ଯ୍ୟର ବିବରଣୀ ମାଗିଲେ ହାଇକୋର୍ଟ। ପୁଣିଥରେ ମରାମତି କାମର ଅଗ୍ରଗତିକୁ ନେଇ ସତ୍ୟପାଠ ଦାଖଲ କରିବ ଏଏସଆଇ ।