ଆସନ୍ତା କାଲିଠାରୁ ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢିବ

ରାଜ୍ୟରେ କାଲିଠୁ ପୁଣି ଫେରିବ ତାତି । ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆସନ୍ତାକାଲି ଠାରୁ ପରବର୍ତ୍ତୀ ୪ ଦିନ ତାତି ବଢିବ । ଏହା ସହିତ ୧୫ ତାରିଖରେ ହିଟ୍ ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୭ ଓ ୧୮ ତାରିଖ ବେଳକୁ ତାତି ପିକ୍‌ରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ କହିଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ରାଜ୍ୟର କିଛି ଅଞ୍ଚଳରେ ଝଡବର୍ଷା କାରଣରୁ ତାତିରେ କିଛି ଦିନ ସାମାନ୍ୟ ବ୍ରେକ୍ ଲାଗିଥିଲା । କିନ୍ତୁ କାଲିଠାରୁ ପୁଣି ରାଜ୍ୟରେ ତାତି ଫେରିବା ନେଇ ପାଣିପାଗ ବିଭାଗ ସତର୍କ କରାଇ ଦେଇଛି ।

Related Articles

Back to top button