ପାରାଦୀପରେ ଦୁଇ ଦିନିଆ ସମରାଭ୍ୟାସ ସାଗର କବଚ-୧ ଆରମ୍ଭ ହୋଇଛି

ଓଡିଶା ଉପକୂଳରେ ଆରମ୍ଭ ହେଲା ମିଳିତ ସମରାଭ୍ୟାସ । ପାରାଦୀପରେ ଦୁଇ ଦିନିଆ ସମରାଭ୍ୟାସ ସାଗର କବଚ-୧ ଆରମ୍ଭ ହୋଇଛି। ୨୬/୧୧ ଆକ୍ରମଣ ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପକୂଳ ସୁରକ୍ଷା ପାଇଁ ପ୍ରତିବର୍ଷ ଏହି ସମରାଭ୍ୟାସ କରାଯାଉଛି । ଜଳପଥରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକାରୀଙ୍କୁ କିପରି ପ୍ରତିରୋଧ କରିବା ଲାଗି ଏହି ସମରାଭ୍ୟାସ କରାଯାଉଛି । ଓଡ଼ିଶା ପୋଲିସ, କୋଷ୍ଟ ଗାର୍ଡ, ନୌସେନା, ବନ ବିଭାଗ, ମତ୍ସ୍ୟବିଭାଗ ଓ ଗୁଇନ୍ଦା ବିଭାଗ ପରି ଏକାଧିକ ବିଭାଗ ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି । ଉପକୂଳ ଓ ଜଳପଥ ସୀମାରେ କଡା ପହରା ଦିଆଯାଇଛି ।

Related Articles

Back to top button