ସୁପ୍ରିମ କୋର୍ଟଙ୍କରେ ଅନୁସାରେ ନାଗରିକତା ସଂଶୋଧନ ଆଇନ ଉପରେ ରୋକ୍ ଲାଗିବ ନାହିଁ

ମାର୍ଚ୍ଚ ୧୧ରୁ କେନ୍ଦ୍ର ସରକାର CAA ଆଇନ ଲାଗୁ କରିବା ପରେ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଖୁବ ଶୀଘ୍ର ଦେଶରେ CAA ବା ନାଗରିକତା ସଂଶୋଧନ ଆଇନ କାର୍ଯ୍ୟକାରୀ ହେବାକୁ ଯାଉଛି। କିନ୍ତୁ ଏହି ଆଇନ ବିରୁଦ୍ଧରେ ଅନେକ ରାଜନୈତିକ ଏବଂ ଅଣରାଜନୈତିକ ସଂଗଠନ ସୁପ୍ରିମକୋର୍ଟରେ ଏକାଧିକ ମାମଲା ରୁଜୁ କରିଥିବା ବେଳେ ସୁପ୍ରିମ କୋର୍ଟରେ ଏହାର ଶୁଣାଣି ହୋଇଛି। ତେବେ ସୁପ୍ରିମ କୋର୍ଟଙ୍କରେ ଅନୁସାରେ ନାଗରିକତା ସଂଶୋଧନ ଆଇନ ବା CAA କାର୍ଯ୍ୟକାରିତା ଉପରେ ରୋକ୍ ଲାଗିବ ନାହିଁ ବୋଲି ସ୍ପଷ୍ଟିକରଣ ମିଳିଛି। ମଙ୍ଗଳବାର ସର୍ବୋଚ୍ଚ ଅଦାଲତ ଏହି ଆବେଦନର ଶୁଣାଣି କରି CAA ସ୍ଥଗିତ ରଖିବାକୁ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି।

CAA ଆଇନ ଅନୁସାରେ, ପଡୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ୨୦୧୪ ଡିସେମ୍ବର ୩୧ ମଧ୍ୟରେ ଭାରତ ଆସିଥିବା ଅଣ ମୁସଲିମ ଅର୍ଥାତ୍ ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସୀ, ଖ୍ରୀଷ୍ଟିଆନ ଧର୍ମାବଲମ୍ବୀମାନଙ୍କୁ ଦେଶର ନାଗରିକତା ପ୍ରଦାନ କରାଯିବ। ସେହିପରି ଗତ ୧୪ ବର୍ଷ ମଧ୍ୟରେ ୫ ବର୍ଷ ଭାରତରେ ଜୀବନ କାଟିଥିବା ଲୋକଙ୍କୁ ମଧ୍ୟ ନାଗରିକତା ଦିଆଯିବ। ଏଥିରେ ଆସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରାର ଆଦିବାସୀ ଅଞ୍ଚଳକୁ ବାଦ ଦିଆଯାଇଛି।

CAA ଆଇନରେ କିଛି ନିର୍ଦ୍ଦିଷ୍ଟ ଧର୍ମ ଏବଂ ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କୁ ଭାରତର ନାଗରିକତା ପାଇଁ ଅନୁମତି ମିଳିନଥିବାରୁ କେତେକ ରାଜନୈତିକ ଏବଂ ଅଣରାଜନୈତିକ ସଂଗଠନ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହି ଆବେଦନରେ CAA ସମ୍ବିଧାନର ବିରୋଧୀ ଏବଂ ଧର୍ମ ଆଧାରରେ ଭେଦଭାବ ସୃଷ୍ଟି କରୁଛି ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ।

ତେବେ ମଙ୍ଗଳବାର ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ଉପରେ ଶୁଣାଣି କରି ସ୍ଥଗିତାଦେଶ ଆବେଦନକୁ ଖାରଜ କରି ଦେଇଛନ୍ତି।

Related Articles

Back to top button