୨ରୁ ୩ ଡିଗ୍ରୀ ବଢିପାରେ ଦିନର ତାପମାତ୍ରା : ୪ ଦିନ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମପ୍ରବାହ

ଆଗାମୀ ୪ ଦିନ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମପ୍ରବାହ । ୨ରୁ ୩ ଡିଗ୍ରୀ ବଢିପାରେ ଦିନର ତାପମାତ୍ରା । ଉଷ୍ମ ଆର୍ଦ୍ର ଜଳବାୟୁ ସ୍ଥିତି ଲାଗି ରହିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସାରା ରାଜ୍ୟରେ ଏବେ ବି ଜାରି ରହିଛି ତାତି । ବିଶେଷକରି ଉପକୂଳରେ କଲବଲ କରୁଛି ଗୁଳୁଗୁଳି । ନା ତାତିରୁ ମିଳୁଛି ତ୍ରାହି, ନା ଗୁଳୁଗୁଳିରୁ ମିଳୁଛି ଆଶ୍ୱସ୍ତି ।ଏହାରି ଭିତରେ ଆଶ୍ୱସ୍ତିକର କଥା ହେଉଛି ୧୦ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ । ୨-୩ ତିନି ଭିତରେ ଦକ୍ଷିଣ ଓଡ଼ିଶା ଛୁଇଁବ । ପରେ ଏହା ରାଜ୍ୟର ଅନ୍ୟ ଅଂଳଚକୁ ସ୍ପର୍ଶ ବିସ୍ତାରିତ ହେବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ସେପଟେ ଆଗାମୀ ୪ ଦିନରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲିସିୟସ ବଢ଼ିପାରେ । ବରଗଡ଼, ବଲାଙ୍ଗୀର, ନୂଆପଡ଼ାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ସହ ୫ ଦିନ ଯାଏଁ ଉପକୂଳରେ ଗୁଳୁଗୁଳି ଲାଗି ରହିବ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

Related Articles

Back to top button