
ଆଗାମୀ ୭ ଦିନ ପାଗ ଶୁଖିଲା ରହିବା ସହ ପ୍ରବଳ ଶୀତରେ ଥରିବ ଓଡ଼ିଶା
ବର୍ଷା ପରେ ପାଣିପାଗରେ ପରିବର୍ତ୍ତନ ହୋଇଛି। ଆଗାମୀ ୭ ଦିନ ଯାଏଁ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ପୂର୍ବାନୁମାନ କରିଛି। ଉତ୍ତର ଓଡିଶାରେ ତାପମାତ୍ରା କମିବ । ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ ଭଳି ଜିଲ୍ଲାରେ ରାତିର ତାପମାତ୍ରା କମିବ । ସେପଟେ ନୟାଗଡ , ଗଞ୍ଜାମ , ଗଜପତି, କନ୍ଧମାଳ ଭଳି ଜିଲ୍ଲାରେ ଘନ କୁହୁଡିର ସମ୍ଭାବନା ରହିଛି। ଏସବୁ ଅଞ୍ଚଳରେ ଦୃଶ୍ୟମାନ ଦୂରତା ୨୦୦ରୁ ୫୦ ମିଟର ମଧ୍ୟରେ ସୀମିତ ରହିବାର ସମ୍ଭାବନା ରହିଛି। ଏଥିପାଇଁ ଯାତାୟାତରେ ବାଧା ଉପୁଜିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି।