ତିନି ଶିଶୁ ପୁତ୍ରଙ୍କୁ ଜନ୍ମ ଦେଲେ ମହିଳା

ତିନି ନବଜାତ ଶିଶୁ ପୁତ୍ରଙ୍କୁ ଜନ୍ମ ଦେଲେ ଆଦିବାସୀ ମହିଳା। ପ୍ରସବ ପରେ ମାଆ ଓ ତିନି ଶିଶୁ ସୁସ୍ଥ ଅଛନ୍ତି। ଏଭଳି ଦୁର୍ଲଭ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଞ୍ଚଳରେ।

ଡାବୁଗାଁ ବ୍ଲକ୍‌ ପର୍ଶୁବେଡ଼ା ଗାଁର ସୁଖରାମ ଭତ୍ରାଙ୍କ ସ୍ତ୍ରୀ ବେଲ ଆଜି ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ତାଙ୍କୁ ଡାବୁଗାଁ ଡାକ୍ତରଖାନାରେ ଭର୍ତ୍ତି ନେଇଥିଲେ। ସେଠାରେ ବେଲ ଭତ୍ରା ତିନି ଜଣ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ସମସ୍ତେ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି। ପୂର୍ବରୁ ବେଳଙ୍କର ଦୁଇଟି ସନ୍ତାନ ରହିଛି।

Related Articles

Back to top button