
ରାଧାଷ୍ଟମୀରେ ପୁରୀରେ ରାଧାକୃଷ୍ଣ ମନ୍ଦିର ଗ୍ରିଲ୍ ତାଡ଼ି ନେଇଗଲେ ମୁର୍ତ୍ତି
ପୁରୀ: ପୁରୀରେ ପୁଣି ମାତିଲେ ମୂର୍ତ୍ତି ଚୋର। ରାଧାଷ୍ଟମୀରେ ରାଧାଙ୍କ ମୂର୍ତ୍ତି ଚୋରି କରିନେଲେ ଦୁର୍ବୁତ୍ତ। ପୁରୀ ସଦର ଥାନା ଅନ୍ତର୍ଗତ ଚକ୍ରବର୍ତ୍ତୀ ଗାଁର ରାଧାକୃଷ୍ଣ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ରାଧାଙ୍କ ମୂର୍ତ୍ତି ସହ ସୁନାଗହଣା ଲୁଟି ନେଇଛନ୍ତି। ଘଟଣା ବିଷୟରେ ଗାଁ ଲୋକମାନେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମନ୍ଦିର ଭିତରେ ଥିବା ଗ୍ରିଲ୍ ତାଡ଼ି ଦୁର୍ବୁତ୍ତମାନେ ଚୋରି କରିଥିବା ଜଣାପଡିଛି। ତେବେ ଗତକିଛି ଦିନ ପୂର୍ବେ ପୁରୀ ଜିଲ୍ଲାର ଅନେକ ମନ୍ଦିରରୁ ଦୁର୍ବୁତ୍ତମାନେ ମୂର୍ତ୍ତି ଚୋରି କରୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇନାହିଁ। ପୁଣିଥରେ ପୁରୀରେ ମୂର୍ତ୍ତି ଚୋର ମାତି ଥିବାରୁ ଏବେ ମନ୍ଦିରରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦାବି ହୋଇଛି।