ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଭାରତର ପ୍ରଥମ ଆଲୁମିନିୟମ ପଣ୍ୟବାହୀ ଟ୍ରେନ ଉଦ୍‌ଘାଟନ କଲେ ରେଳମନ୍ତ୍ରୀ

ଭୁବନେଶ୍ୱର: ଟ୍ରାକରେ ଗଡ଼ିଲା ଭାରତର ପ୍ରଥମ ଆଲୁମିନିୟମ ପଣ୍ୟବାହୀ ଟ୍ରେନ ରେଳ ୱାଗନ । ଦେଶର  ପ୍ରଥମ ଆଲୁମିନିୟମ ରେକ  ୱାଗନକୁ ଉଦଘାଟନ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ। ଆଜି ଭୁବନେଶ୍ୱର ରେଳ ଷ୍ଟେସନର ୬ ନମ୍ବର ପ୍ଲାଟଫର୍ମ ଠାରେ ଏହି ଟ୍ରେନ୍‌ର ଉଦ୍‌ଘାଟନ କରାଯାଇଛି। । ଏହି ରେଳ ବାଗନ ହାଲୁକା, ସହ ସମ୍ପୂର୍ଣ ଭାବେ ନିଜସ୍ବ ଜ୍ଞାନ କୌଶଳରେ ତିଆରି କରାଯାଇଛି । ବିଶେଷ କରି କୋଇଲା ପରିବହନ ପାଇଁ ଏହି ଆଲୁମିନିୟମ ବଗିର ବ୍ୟବହାର ହେବ।

ପୂର୍ବରୁ ଷ୍ଟିଲ୍ ବଗିରେ ପରିବହନ କରାଯାଉଥିଲା । ଏହି ଆଲୁମିନିୟମ୍ ବଗି ଷ୍ଟିଲ ବଗି ତୁଳନାରେ ୧୮୦ ଟନ୍ ହାଲୁକା ହେବା ସହ ୫ ରୁ ୧୦ ପ୍ରତିଶତ ଅଧିକା ପରିମାଣର ମାଲ୍ ପରିବହନ କରିପାରିବ ଏବଂ ପୂର୍ବ ଠାରୁ କମ୍ ଏନର୍ଜି ମଧ୍ୟ ଖର୍ଚ୍ଚ ହେବ । ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲ୍‌କୋ  ଆଲୁମିନିୟମ ଏହି ବଗି ଗୁଡିକର ନିର୍ମାଣ କରିଛି । ୬୧ ବଗି ବିଶିଷ୍ଟ ଏହି ଟ୍ରେନ ଭାରତରେ ପ୍ରଥମ ଥର ପାଇଁ ଭୁବନେଶ୍ବର ରେଳ ଷ୍ଟେସନରେ ଟ୍ରାକ୍‌ରେ ଗଡିଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି ।

ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ଭୁବନେଶ୍ୱର ରେଳଷ୍ଟେସନରେ ଏହାକୁ ନେଇ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରେଳମନ୍ତ୍ରୀ ପତାକା ହଲାଇ ଏହାର ଶୁଭ ଉଦଘାଟନ କରିଛନ୍ତି। ଏହି ରେଳରେ ୬୧ଟି ବଗି ରହିଛି । ସାରା ଭାରତରେ ଏହା ପରିବହନ କରିବ। ଏହି ଟ୍ରେନଟି ପରିବେଶ ଉପଯୋଗୀ। ଅନ୍ୟ ଷ୍ଟିଲ ପଣ୍ୟବାହି ଟ୍ରେନ ଅପେକ୍ଷା ହାଲୁକା। ଖୁବ ଶିଘ୍ର  ଯାତ୍ରୀବାହୀ ଟ୍ରେନରେ ଆଲୁମିନିୟମ ବଗି କରିବାକୁ ଯୋଜନା କରାଯାଇଥିବା କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ।

Related Articles

Back to top button