ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨: ରେସଲର ବଜରଙ୍ଗ ପୁନିଆ ଏବଂ ଦୀପକ ପୁନିଆ କ୍ୱାର୍ଟର ଫାଇନାଲକୁ ଉନ୍ନୀତ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କୁସ୍ତି ଇଭେଣ୍ଟ ଶୁକ୍ରବାର ଆରମ୍ଭ ହୋଇଛି। ଇଭେଣ୍ଟ ଆରମ୍ଭରୁ ଭାରତର ଦୁଇ ଷ୍ଟାର ରେସଲର ବଜରଙ୍ଗ ପୁନିଆ ଏବଂ ଦୀପକ ପୁନିଆ ପ୍ରଥମ ମ୍ୟାଚରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

୬୫ କେଜି ଫ୍ରିଷ୍ଟାଇଲ ବର୍ଗରେ ବଜରଙ୍ଗ ୧ ମିନିଟ ୪୭ ସେକେଣ୍ଡ ମଧ୍ୟରେ ନିଜ ପ୍ରତିପକ୍ଷଙ୍କୁ ହରାଇ କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ବଜରଙ୍ଗ ଏହି ମ୍ୟାଚକୁ ୪-୦ରେ ଜିତି ନେଇଥିଲେ। ତାଙ୍କର ମୁକାବିଲା ନଉରାଉର ଲୋୱେ ବିଙ୍ଗହମ ସହ ହୋଇଥିଲା। ୨୦୧୮ରେ ବଜରଙ୍ଗ ସ୍ବର୍ଣ୍ଣ ଜିତି ଥିବାରୁ ଚଳିତ ବର୍ଷ ମଧ୍ୟ ତାଙ୍କଠାରୁ ସମାନ କିଛି ଆଶା କରାଯାଉଛି।

ଅନ୍ୟପକ୍ଷରେ ଦୀପକ ପୁନିଆ ମଧ୍ୟ ୮୬ କେଜି ବର୍ଗରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସେ ନ୍ୟୁଜିଲ୍ୟାଣ୍ଡର ମାଥ୍ୟୁ ଓକ୍ସେନହାମଙ୍କୁ ୧ ମିନିଟ ୪୭ ସେକେଣ୍ଡ ମଧ୍ୟରେ ହରାଇ ଦେଇଛନ୍ତି। ଫଳରେ ଦୀପକ ପରବର୍ତ୍ତୀ ରାଉଣ୍ଡ ତଥା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

Related Articles

Back to top button