ହକି ଇଣ୍ଡିଆର ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଦିଲୀପ ତିର୍କୀ
ଭୁବନେଶ୍ୱର: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଅଲମ୍ପିଆନ୍ ଦିଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପରେ ପ୍ରତିକ୍ରିୟାରେ ଦିଲୀପ ତିର୍କୀ କହିଛନ୍ତି, ଭାରତୀୟ ହକିକୁ ଉଚ୍ଚକୁ ନେବାକୁ ମୁଁ ବଦ୍ଧ ପରିକର । ସମସ୍ତଙ୍କ ଆଶୀର୍ବାଦ ନେଇ ଭାରତୀୟ ହକିର ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଛି।
Submitted my nomination for the post of President, Hockey India with the blessings of all. I am committed to take Indian Hockey to new heights. pic.twitter.com/hvYgtshogJ
— Dilip Kumar Tirkey (@DilipTirkey) September 18, 2022
୪୪ ବର୍ଷୀୟ ଦିଲୀପ ତିର୍କୀ ପୂର୍ବରୁ ବିଜେଡି ଟିକେଟରେ ରାଜ୍ୟସଭାକୁ ଯାଇଥିଲେ । ଏହା ପୂର୍ବରୁ ସେ ଓଟିଡିସିର ଅଧ୍ୟକ୍ଷ ଥିଲେ । ଏବେ ସେ ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଅଛନ୍ତି । ୧୯୯୮ରେ ବ୍ୟାଙ୍କଂକରେ ଭାରତୀୟ ଦଳ ସ୍ୱର୍ଣ୍ଣ ଜିତିଥିଲା । ସେହି ଟିମରେ ଥିଲେ ଦିଲୀପ ତିର୍କୀ ।
ସେହିଭଳି ୨୦୧୨ ଏସିଆନ୍ ଗେମ୍ସରେ ଭାରତୀୟ ହକି ଦଳ ରୌପ୍ୟ ଜିତିଥିବା ବେଳେ ଟିମରେ ଥିଲେ ଦିଲୀପ । ତା’ଛଡ଼ା ଦିଲୀପ ତିର୍କୀ ଏସିଆ କପ୍ ୨୦୦୩ ଓ ୨୦୦୭ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୧୯୯୯ରେ ଦିଲୀପ ହାତେଇ ଥିଲେ ବ୍ରୋଞ୍ଜ ପଦକ । ଅକ୍ଟୋବର ୯ ତାରିଖରେ ହକି ଇଣ୍ଡିଆର ନିର୍ବାଚନ ହେବ ।