ହ୍ୱାଟସଆପର ନୂଆ ଫିଚର: ଏବେ ୟୁଜରମାନେ କୌଣସି ମ୍ୟାସେଜ୍‌ରେ ରିଆକ୍ଟ କରିବା ପାଇଁ ଯେକୌଣସି ଇମୋଜିର ବ୍ୟବହାର କରିପାରିବେ

ହ୍ୱାଟସଆପରେ ରିଆକ୍ସନ ଫିଚର ରୋଲ୍‌ ଆଉଟ୍‌ ହେବାର ୨ ମାସ ପରେ ଏହାର ଅପ୍‌ଡେଟ୍‌ ଆସିଛି। ପୂର୍ବରୁ ଏହି ଫିଚର କେବଳ ଲଭ୍‌ (❤️), ସ୍ମାଇଲ୍‌ (😂), ସର୍‌ପ୍ରାଇଜ୍‌(😮), ସେଡ୍‌(😥), ଥ୍ୟାଙ୍କସ(🙏🏻) ଓ ଲାଇକ୍‌(👍🏻) ଭଳି ୬ଟି ଇମୋଜିରେ ସୀମିତ ଥିଲା। କିନ୍ତୁ ଏବେ ୟୁଜରମାନେ କୌଣସି ମ୍ୟାସେଜ୍‌ରେ ରିଆକ୍ଟ କରିବା ପାଇଁ ଯେକୌଣସି ଇମୋଜିର ବ୍ୟବହାର କରିପାରିବେ। ହ୍ୱାଟସଆପର ପ୍ୟାରେଣ୍ଟ କମ୍ପାନୀ ମେଟାର ସିଇଓ ମାର୍କ ଜୁକର ବର୍ଗ ନିଜ ଇନଷ୍ଟାଗ୍ରାମରେ ଏହି ଅପ୍‌ଡେଟ୍‌ ବିଷୟରେ ଘୋଷଣା କରିଛନ୍ତି। ରିଆକସନ ଅପଡେଟ୍‌ର ରୋଲ୍‌ ଆଉଟ୍‌ ଘୋଷଣା କରିବା ସମୟରେ ନିଜ ପୋଷ୍ଟରେ ଜୁକରବର୍ଗ ନିଜର ପସନ୍ଦର କିଛି ଇମୋଜି ମଧ୍ୟ ସେୟାର କରିଛନ୍ତି। ଅତିକମ୍‌ରେ ହ୍ୱାଟସଆପ୍‌ର ୪ ବର୍ଷର ପରୀକ୍ଷାନିରିକ୍ଷା ପରେ ହ୍ୱାଟସଆପ୍‌ର ରିଆକସନ ଫିଚର ପ୍ରଥମ ଥର ୨୦୨୨ ମେ ମାସରେ ଆରମ୍ଭ ହୋଇଥିଲା।

 

ବିଟା ଟେଷ୍ଟର୍ସର ରିପୋର୍ଟ ଅନୁସାରେ ହ୍ୱାଟସଆପ ଅନେକ ଫିଚରକୁ ପରୀକ୍ଷା କରୁଛି। ଏହା ମଧ୍ୟରେ ଆଣ୍ଡ୍ରୋଏଡ୍ ଫୋନ୍‌ ପାଇଁ ଚାଟ୍‌ ସିଙ୍କ ଆପ୍‌ ରହିଛି। ଯେଉଁଥିରେ ୟୁଜର୍ସମାନେ ଅନ୍ୟ ହ୍ୟାଣ୍ଡ ସେଟ୍ରୁ ହ୍ୱାଟସଆପ୍‌ ଲଗଇନ୍‌ କରିପାରିବେ। ଏହା ସହିତ କିଛି କଣ୍ଟେଣ୍ଟସରେ ୟୁଜର ନିଜର ଅନଲାଇନ୍‌ ଷ୍ଟାଟସ ଲୁଚାଇବା ସହ ଅନେକ କିଛି ସାମିଲ୍‌ ରହିଛି।

ଜୁନରେ ହ୍ୱାଟସଆପ ୟୁଜର୍ସମାନଙ୍କ ପାଇଁ ଗ୍ରେନୁଆଲ ପ୍ରାଇଭେସି କଣ୍ଟ୍ରୋଲ ଆରମ୍ଭ କରିଥିଲା। ଏଥିରେ ୟୁଜରଙ୍କୁ ତାଙ୍କର ଲାଷ୍ଟ ସିନ୍‌, ପ୍ରୋଫାଇଲ୍‌ ପିକ୍ଚର୍‌, ଓ ଷ୍ଟାଟସ୍‌ ହ୍ୱାଟସଆପ୍‌ ଯୋଗାଯୋଗରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କିଏ ଦେଖିପାରିବେ କିଏ ଦେଖିପାରିବେ ନାହିଁ ଏହା ଚୟନ କରିବାର ସୁବିଧା ଦେଇଥିଲା। ଆଣ୍ଡ୍ରୋଏଡ ସ୍ମାର୍ଟ ଫୋନରୁ ଆଇଫୋନ୍‌କୁ ହ୍ୱାଟସଆପ୍‌ ଡାଟାକୁ ସହଜରେ ଟ୍ରାନ୍ସଫର କରିବାର କ୍ଷମତା ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଜୁକରବର୍ଗ ଜୁନରେ ଘୋଷଣା କରିଥିଲେ। ଏବେର ରିପୋର୍ଟ ଅନୁସାରେ ଏହା ଏବେବି ଟେଷ୍ଟିଂ ଫେଜ୍‌ରେ ରହିଛି।

Related Articles

Back to top button