
କୋହଲି ଶେୟାର କଲେ ପିଲା ବେଳର ଫଟୋ
ମୁମ୍ବାଇ: ଏସିଆ କପ କ୍ରିକେଟରେ ଦୀର୍ଘ ଦିନ ପରେ ବିରାଟ କୋହଲି ଶତକ ହାସଲ କରି ଫର୍ମକୁ ଫେରିଛନ୍ତି। ଏହା ତାଙ୍କ ମୁଣ୍ଡରୁ ଏକ ବଡ ବୋଝ ହଟେଇ ଦେଇଛି କହିଲେ ଭୁଲ ହେବନି। ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ସେ ମାତ୍ର ୬୧ ବଲରେ ୧୨୨ ରନର ଇିନଂସ ଖେଳିଥିଲେ। କୋହଲିଙ୍କ ଏହି ଶତକକୁ ପ୍ରଶଂସକମାନେ ମଧ୍ୟ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିଲେ। ଏହି ଅବସରରେ ଶନିବାର କୋହଲି ତାଙ୍କ ପିଲା ବେଳର ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ତାଙ୍କ ପିଲାବେଳେ ଏକ ଭୋଜିର ମଜା ଉଠାଉଛନ୍ତି। ଏହି ଫଟୋ ତଳେ କ୍ୟାପଶନ ଲେଖାଯାଇଛି ଖାଓ ପିଓ ଐଶ କରୋ ମିତ୍ରୋ, ଦିଲ ପର କିସେ ଦା ଦୁଖାୟୋ ନା।
ଇନଷ୍ଟାଗ୍ରାମରେ ସେ ଶେୟାର କରିଥିବା ଏହି ଫଟୋ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି। କୋହଲିଙ୍କ ନିରୀହ ଓ ସରଳ ମୁହଁ ବେଶ ଆକର୍ଷଣୀୟ ହୋଇଛି। କୋହଲି ଅଷ୍ଟ୍ରେଲିଆ ଷ୍ଟାର ଖେଳାଳି ଅରୋନ ଫିଂଚ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଥିବାରୁ ତାଙ୍କୁ ଉତ୍ସାହିତ କରିବା ପାଇଁ ଲେଖିଛନ୍ତି, ଜୀବନର ଦ୍ୱିତୀୟ ଇନିଂସକୁ ଭରପୂର ଉପଭୋଗ କର।