କ୍ୟାନସର୍ ପୀଡିତ ଶିଶୁଙ୍କୁ ଅଟୋଗ୍ରାଫ୍ ଥିବା ବଲ୍ ଉପହାର ଦେଲେ ସାମସନ୍: ସୋସିଆଲ ମିଡିଆ ୟୁଜର କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ:   ଭାରତ କେଏଲ ରାହୁଲଙ୍କ ନେତୃତ୍ୱରେ ଜିମ୍ବାଓ୍ୱେକୁ ଦିନିକିଆ ସିରିଜରେ ୩-୦ରେ ପରାସ୍ତ କରିଛି । ଏହାମଧ୍ୟରେ ନିଜର ଏକ କାମ ପାଇଁ ସମସ୍ତଙ୍କ ହୃଦୟ ଜିତିଛନ୍ତି ଭାରତୀୟ ଓ୍ୱିକେଟ୍ କିପର ବ୍ୟାଟର ସଞ୍ଜୁ ସାମସନ।

ରିପୋର୍ଟ ଅନୁସାରେ, ସିରିଜର ଦ୍ୱିତୀୟ ଦିନିକିଆକୁ ଜିମ୍ବାଓ୍ୱେ କ୍ରିକେଟ୍ ବୋର୍ଡ କ୍ୟାନସର ପୀଡିତଙ୍କ ପାଇଁ ସମର୍ପିତ କରିଥିଲା । ଜିମ୍ବାଓ୍ୱେ ବୋର୍ଡ କହିଥିଲା ଯେ, ସେ କିଡଜ୍ କ୍ୟାନ୍ ଜିମ୍ବାଓ୍ୱେକୁ ସମର୍ଥନ କରୁଛି । ଏହି ପରିପ୍ରେକ୍ଷୀରେ ସାମସନ୍ ଜଣେ କ୍ୟାନସର ପୀଡିତ ଶିଶୁଙ୍କୁ ନିଜ ଅଟୋଗ୍ରାଫ୍ ଥିବା ଏକ ବଲ୍ ଉପହାର ଦେଇଥିଲେ ।

ଜିମ୍ବାଓ୍ୱେ ବୋର୍ଡ ଆହୁରି କହିଛି ଯେ, କିଡଜ୍ କ୍ୟାନ୍ ଜିମ୍ବାଓ୍ୱେ ଏନଜିଓକୁ ସେମାନେ ସମର୍ଥନ କରୁଛନ୍ତି । ଆବଶ୍ୟକୀୟ ସହଯୋଗ ଯୋଗାଉଛନ୍ତି । ଏହି ପରିପ୍ରେକ୍ଷୀରେ ସଞ୍ଜୁ ୬ ବର୍ଷର ଜଣେ ଶିଶୁଙ୍କୁ ଦେଖା କରିଥିଲେ । ଉପହାର ମଧ୍ୟ ଦେଇଥିଲେ । ତାଙ୍କର ଏହି କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି । ସୋସିଆଲ ମିଡିଆ ୟୁଜରମାନେ ସଞ୍ଜୁ ହୃଦୟ ଜିତିଥିବା ମତ ଦେଇଛନ୍ତି ।

ସୂଚନାଯୋଗ୍ୟ, ଭାରତ ଏହି ଦିନିକିଆ ସିରିଜରେ ଗୋଟିଏ ହେଲେ ମ୍ୟାଚ୍ ହାରିନାହି । ଦ୍ୱିତୀୟ ମୁକାବିଲାରେ ସଞ୍ଜୁ ସାମସନ୍ ୩୯ ବଲରୁ ୪୩ ରନ୍ କରିଥିଲେ । ଏହାସହ ଓ୍ୱିକେଟ୍ ପଛରେ ତିନି କ୍ୟାଚ୍ ଧରିଥିଲେ । ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା । ଭାରତ ଏହି ମୁକାବିଲାକୁ ୫ ଓ୍ୱିକେଟରେ ଜିତି ନେଇଥିଲା ।

Related Articles

Back to top button