ଆଇସିସି ଟି-୨୦ ମହିଳା କ୍ରିକେଟ୍ ରାଙ୍କିଂ: ଟପ୍‌ ୩ରେ ଅଷ୍ଟ୍ରେଲିଆ ଖେଳାଳି,ଭାରତୀୟ ବ୍ୟାଟର ସ୍ମୃତି ମନ୍ଧାନା ୪ ନମ୍ବର

ନୂଆଦିଲ୍ଲୀ: ଆଇସିସି ଟି-୨୦ ମହିଳା କ୍ରିକେଟ୍ ରାଙ୍କିଂ କାର୍ଡ ପ୍ରକାଶ ପାଇଛି। ମଙ୍ଗଳବାର ଘୋଷଣା ହୋଇଥିବା ଏହି ତାଲିକାରେ ଅଷ୍ଟ୍ରେଲୀୟ ଖେଳାଳିମାନେ ଆଗରେ ରହିଥିବା ବେଳେ କିଛି ଭାରତୀୟ ଖେଳାଳିଙ୍କ ରାଙ୍କିଂରେ ସୁଧାର ଆସିଛି।

ତାଲିକାର ଟପ୍ ୫ରେ ୩ ଅଷ୍ଟ୍ରେଲିଆ ଖେଳାଳି ଅଛନ୍ତି। ଅଷ୍ଟ୍ରେଲିଆ ଓପନର ବେଥ ମୁନୀ ୭୪୩ ପଏଣ୍ଟ ସହିତ ଶୀର୍ଷ ସ୍ଥାନରେ ରହିଥିବା ବେଳେ କ୍ୟାପ୍ଟେନ୍ ମିଗ୍ ଲାନିଂ(୭୨୩) ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପିର ତାହ୍ଲିଆ ମ୍ୟାକଗ୍ରାଥ ତାଲିକାରେ ପଞ୍ଚମ ସ୍ଥାନରେ ରହିଛନ୍ତି।

ସେହିପରି ଭାରତ ପକ୍ଷରୁ ରେଣୁକା ସିଂହ ବୋଲିଂରେ ପଞ୍ଚମ ସ୍ଥାନ ଉପରକୁ ଉଠି ୧୩ ନମ୍ବରେ ରହିଥିବା ବେଳେ ସ୍ପିନର ଦୀପ୍ତି ଶର୍ମା ନିଜର ସପ୍ତମ ସ୍ଥାନ ବଜାଇ ରଖିଛନ୍ତି। ସେହିପରି ଭାରତର ବ୍ୟାଟିଂ ଲାଇନ୍‌କୁ ଦେଖିଲେ ସ୍ମୃତି ମନ୍ଧାନା ୭୧୦ ପଏଣ୍ଟ ପାଇ ୪ ନମ୍ବର ସ୍ଥାନରେ ରହିଥିବା ବେଳେ ଶେଫାଳୀ ବର୍ମା ୬୮୬ ପଣ୍ଟ ସହ ୬ ନମ୍ବର ଓ ଜେମିମାହ ରୋଡ୍ରିଗ୍ସ ୬୨୪ ପଏଣ୍ଟ ସହ ୧୦ ନମ୍ବର ସ୍ଥାନରେ ରହିଛନ୍ତି।

Related Articles

Back to top button