ଶୀଘ୍ର ଅବସର ନେବେ ଭାରତୀୟ କ୍ରିକେଟ୍‌ର ବରୁଣ ଆରୋନ!

୬ ବର୍ଷ ହେଲା ଖେଳିନାହାନ୍ତି ଗୋଟିଏ ମ୍ୟାଚ୍‌, ଆହତ ସମସ୍ୟା ଲାଗି ଟିମ୍‌ରେ ସାମିଲ ହୋଇପାରୁନାହାନ୍ତି

ସାରା ଦୁନିଆରେ ଭାରତୀୟ ବୋଲରଙ୍କ ଦବ୍‌ଦବା ରହିଛି । ଆଜିକା ଦିନରେ ଭାରତୀୟ ଟିମ୍‌ ପାଖରେ ଶ୍ରେଷ୍ଠରୁ ଶ୍ରେଷ୍ଠ ବୋଲର ଅଛନ୍ତି। ୨୦୧୧ ବର୍ଷରେ ଏପରି ଜଣେ ଘାତକ ବୋଲର ନିଜ ଦ୍ରୁତ ଗତି ପାଇଁ ସମସ୍ତଙ୍କୁ ଚକିତ କରିଥିଲେ । କିନ୍ତୁ ଏବେ ୬ ବର୍ଷ ହେଲା ଟିମ ଇଣ୍ଡିଆଠାରୁ ଦୂରରେ ରହୁଛନ୍ତି । ଆହତ ସମସ୍ୟା ଲାଗି ଟିମ୍‌ରେ ସାମିଲ ହୋଇପାରୁନାହାନ୍ତି ।

୨୦୧୧ରେ ଭାରତୀୟ ଟିମ୍‌ରେ ନିଜର ଡେବ୍ୟୁ କରିଥିଲେ ଷ୍ଟାର ବୋଲର ବରୁଣ ଆରୋନ । ନିଜର ଗତ ଓ ଲାଇନ୍‌ ଲେନ୍ଥ ପାଇଁ ସେତେବେଳେ ବହୁ ଚର୍ଚ୍ଚାରେ ଥିଲେ ବରୁଣ ଅରୁଣ । ୨୦୧୧ରେ ଇଂଲଣ୍ଡ ବିପକ୍ଷରେ ପଦାର୍ପଣ କରିଥିଲେ । ବରୁଣଙ୍କ କ୍ୟାରିୟର ପ୍ରାରମ୍ଭରୁ ବହୁତ ଦମ୍‌ଦାର ଥିଲା । କିନ୍ତୁ ଲଗାତର ଭାବେ ଆହତ ହେବା ତାଙ୍କୁ ଚିନ୍ତାରେ ପକାଇଥିଲା । ଯାହାଫଳରେ କି ଶେଷରେ ଟିମ୍‌ ବାହାର ହେବାକୁ ପଡିଥିଲା । ୨୦୧୪ ମସିହାରେ ନ୍ୟୁଜିଲାଣ୍ଡ ଗସ୍ତ ସମୟରେ ସେ ଟିମ୍‌ ସହିତ ସାମିଲ ହୋଇଥିଲା । କିନ୍ତୁ ୨୦୧୫  ପରଠାରୁ ଟିମ୍ ଇଣ୍ଡିଆ ପକ୍ଷରୁ ଗୋଟିଏ ବି ହେଲେ ମ୍ୟାଚ୍‌ ଖେଳାନାହାନ୍ତି । ସେ ନିଜର ଶେଷ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ । ଏବେ ସେ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିବା କଷ୍ଟକର ହୋଇପଡିଛି ।

ବରୁଣ ଅରୁଣ ନିଜ କ୍ୟାରିୟର ଅନେକ ବଡ଼ ବଡ଼ ବ୍ୟାଟସମ୍ୟାନ୍‌ଙ୍କୁ ଆଉଟି କରିଛନ୍ତି । ଟିମ୍‌ ଇଣ୍ଡିଆ ପକ୍ଷରୁ ୯ଟି ଟେଷ୍ଟ ମ୍ୟାଚ୍ ଖେଳି ୧୮ ଟି ଓ୍ୱିକେଟ୍‌ ନେଇଥିବା ବେଳେ ୯ଟି ଦିନିକିଆ ମ୍ୟାଚ୍‌ ୧୧ଟି ଓ୍ୱିକେଟ୍‌ ନେଇଛନ୍ତି । କିନ୍ତୁ ଏହି ଷ୍ଟାର୍‌ ଖେଳାଳିଙ୍କ ପ୍ରଦର୍ଶନ ଗ୍ରାଫ୍‌ ଏବେ ତଳକୁ ତଳ ଖସିଚାଲିଛି । ସେହିପରି ଆଇପିଏଲ୍‌ ୨୦୨୨ରେ ବରୁଣ ଅରୁଣ ଗୁଜୁରାଟ ଟାଇଟନ୍ସ ଟିମ୍‌ର ସଦସ୍ୟ ଥିଲେ । ଏହି ସିଜିନ୍‌ରେ ୨ଟି ମ୍ୟାଚ୍‌ ଖେଳି ୧୦.୪୦ ଇକୋନୋମି ହାରରେ ୨ଟି ଓ୍ୱିକେଟ୍‌ ହାସଲ କରିଛନ୍ତି ।

Related Articles

Back to top button