ନୂଆ ବ୍ୟାଟ୍‌ରେ ଏସିଆ କପ୍‌ ଖେଳିବେ ବିରାଟ କୋହଲି

ନୂଆଦିଲ୍ଲୀ:  ଆଉ ଦିନ କେଇଟା ପରେ ଆରମ୍ଭ ହେବ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ । ଏହି ପ୍ରତିଯୋଗିତାରେ କୋହଲିଙ୍କୁ ଦେଖିବାକୁ ମିଳିବ ନୂଆ ରୂପରେ । ଖାସ୍‌ କରି ଏଥର ଏସିଆ କପ୍‌ରେ ବିରାଟ କୋହଲି ନୂଆ ବ୍ୟାଟ୍‌ରେ ଖେଳିବେ ।

କୋହଲି ସମ୍ପ୍ରତି ଏମଆରଏଫ୍‌ ସହ ଚୁକ୍ତିବଦ୍ଧ ଅଛନ୍ତି । ତାଙ୍କ ପାଇଁ ଏମଆରଏଫ୍‌ ଏକ ସ୍ୱତନ୍ତ୍ର ଗୋଲ୍ଡ ଏଡିସନ ବ୍ୟାଟ୍‌ ପ୍ରସ୍ତୁତ କରିଛି । ଫଳରେ ତାଙ୍କ ବ୍ୟାଟ୍‌ରେ ସେହି ପାରମ୍ପରିକ ନାଲି ରଙ୍ଗର ଏମ୍‌ଆରଏଫ୍‌ ଷ୍ଟିକର ଲାଗିବାରଦେଖିବାକୁ ମିଳିବ ନାହିଁ । ଏହା ବଦଳରେ କୋହଲିଙ୍କ ନୂଆ ବ୍ୟାଟ୍‌ରେ ସୁନେଲି ରଙ୍ଗର ଏମଆରଏଫ୍‌ ଲେଖା ଷ୍ଟିକର ଲଗାଯାଇଥିବ । ନୂଆ ବ୍ୟାଟ୍‌ କୋହଲିଙ୍କ ଫର୍ମ ଫେରାଇ ଆଣିବ ବୋଲି ପ୍ରଶଂସକ ଆଶା ବାନ୍ଧିଛନ୍ତି ।

ସୂଚନାଯୋଗ୍ୟ ଯେ, ଲଗାତର କିଛି ବର୍ଷ ହେବ ଖରାପ ଫର୍ମ ଦେଇ ଗତି କରୁଛନ୍ତି ରନ୍‌ ମେସିନ୍‌ ବିରାଟ କୋହଲି । ଏପିରିକି ଗତ ୨୦୧୯ ପରଠାରୁ ତାଙ୍କ ବ୍ୟାଟ୍‌ରୁ ଗୋଟିଏ ବି ହେଲେ ଶତକ ବାହାରିନି । ଯାହାକି କ୍ରୀଡାପ୍ରେମୀଙ୍କ ସର୍ବଦା ନିରାଶ କରୁଛି । ଭାରତୀୟ ବ୍ୟାଟିଂ ଅର୍ଡରର ମେରୁଦଣ୍ଡ ବୋଲାଉଥିବା କୋହଲି ଏବେ ଶତକ ପାଇଁ ସଂଘର୍ଷ କରୁଛନ୍ତି । ତେବେ ଏସବୁ ଭିତରେ ନୂଆ ବ୍ୟାଟ୍‌ କୋହଲିଙ୍କ ଫର୍ମ ଫେରାଇଆଣିବ କି ?  ତାହା ଆଗାମୀ ଦିନରେ ସମୟ ହିଁ କହିବ ।

Related Articles

Back to top button