ବିନେଶ ଫୋଗାଟ ହାରିଲେ ୱାର୍ଲ୍ଡ ରେସଲିଂ ଚାମ୍ପିୟନସିପ୍‌ର ଯୋଗ୍ୟତା ପର୍ଯ୍ୟାୟ

ବେଲଗ୍ରାଡ଼େ: ୱାର୍ଲ୍ଡ ରେସଲିଂ ଚାମ୍ପିୟନସିପ୍‌ର ଯୋଗ୍ୟତା ପର୍ଯ୍ୟାୟରୁ ବାହାର ହେଲେ ଭାରତୀୟ କୁସ୍ତି ଯୋଦ୍ଧା ବିନେଶ ଫୋଗାଟ। ସର୍ବିଆରେ ବେଲ୍‌ଗ୍ରାଡେରେ ଚାଲିଥିବା ୱାର୍ଲ୍ଡ ରେସଲିଂ ଚାମ୍ପିୟନସିପ୍‌ର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ବିନେଶ ମଙ୍ଗୋଲିଆର ଖୁଲଣ ବଟଖୁୟାଗଙ୍କ ଠାରୁ ୦-୭ରେ ପରାସ୍ତ ହୋଇଛନ୍ତି। ୫୩ କେଜି ମହିଳା ବର୍ଗର ଏହି ମ୍ୟାଚ୍ ହୋଇଥିଲା।

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ତିନି ଥର ସ୍ୱର୍ଣ୍ଣ ବିଜେତା ଫୋଗାଟ ଏହି ପ୍ରତିଯୋଗିରା ଆରମ୍ଭରୁ ପଛରେ ପଡ଼ିଯାଇଥିଲେ। ମଙ୍ଗୋଲିଆର ବଟଖୁୟାଗଙ୍କ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଫୋଗାଟଙ୍କ ସ୍କୋରକୁ ପଛକୁ ଠେଲି ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ସେ ୩-୦ରେ ଲିଡ୍ ନେଇଥିଲେ। ପରେ ଶେଷ ପର୍ଯ୍ୟନ୍ତ ଖେଳ ପ୍ରଦର୍ଶନ କରି  ଫୋଗାଟଙ୍କୁ ୭-୦ରେ ପରାସ୍ତ କରିଥିଲେ।

ଏହା ପୂର୍ବରୁ ୱାର୍ଲ୍ଡ ରେସଲିଂ ଚାମ୍ପିୟନସିପ୍‌ର ଅଭ୍ୟାସ ମ୍ୟାଚ୍‌ରେ ମଧ୍ୟ ଫୋଗାଟ ଜୁନିଅୟର ରେସ୍‌ଲ ଅନ୍ତିମଙ୍କ ଠାରୁ ପରାସ୍ତ ହୋଇଥିଲେ। ତେବେ ସଂଯୋଗର କଥା ହେଲା ଅନ୍ତିମ ବଟଖୁୟାଙ୍ଗଙ୍କୁ ମଧ୍ୟ ଅଗଷ୍ଟରେ ହୋଇଥିବା ଏସିଆନ ମିଟ୍‌ର ଅଣ୍ଡର ୨୩ରେ ପରାସ୍ତ କରିଥିଲେ।

ବିନେଶଙ୍କ ବ୍ୟତୀତ ନୀଲମ ସିରୋହୀ ମଧ୍ୟ ପରାସ୍ତ ହୋଇଛନ୍ତି। ରୋମାନିଆର ଦୁଇଥରର ରୌପ୍ୟ ପଦକ ବିଜେତା ଇମିଲିଆ ଅଲିନ ଭୁକଙ୍କ ଠାରୁ ୦-୧୦ରେ ପରାସ୍ତ ହୋଇଛନ୍ତି ନୀଲମ। ତେବେ ଏହା ପୂର୍ବରୁ ନୀଲମ ଯୋଗ୍ୟାତ ପର୍ଯ୍ୟାୟରେ ହଙ୍ଗେରୀର ଜିମୋନେତ୍ତା ଟାମିଏ ଜିକରଙ୍କୁ ୪-୨ରେ ପରାସ୍ତ କରିଥିଲେ। ତେବେ ବିନେଶ ଫୋଗାଟଙ୍କ ପରି ଶେଫାଳୀ ମଧ୍ୟ ଯୋଗ୍ୟାତ ପର୍ଯ୍ୟାୟରେ ପାରାସ୍ତ ହୋଇଛନ୍ତି। ସେ ଫ୍ରାନ୍ସର କୌମ୍ବା ଲାର୍ରୋକ୍ୟୁଙ୍କ ଠାରୁ ୧୦-୦ରେ ପରାସ୍ତ ହୋଇଛନ୍ତି।

ସୂଚନା ଥାଉକି, ସର୍ବିଆର ବେଲଗ୍ରାଡେ ଠାରେ ୨୦୨୨ ବିଶ୍ୱ ରେସଲିଂ ଚାମ୍ପିୟନ୍‌ସିପ୍‌ କ୍ରୀଡ଼ା ଅନୁଷ୍ଠିତ ହୋଇଛି। ସେପ୍ଟେମ୍ବର ୧୦ରୁ ଆରମ୍ଭ ହୋଇଥିବା ପ୍ରତିଯୋଗିତା ୧୮ ତାରିଖ ଯାଏ ଚାଲିବ।

Related Articles

Back to top button