ଏଡସ୍‌ ମାତ୍ର ଗୋଟିଏ ଟିକାରେ ଭଲ ହୋଇଯିବ

ଗୋଟିଏ ଡୋଜ୍‌ରେ ସମୂଳେ ଧ୍ୱଂସ ହୋଇଯିବ ଏହି ମାରାତ୍ମକ ଭୂତାଣୁ

କ୍ୟାନ୍‌ସର ପରେ ଏବେ ଭଲ ହୋଇଯିବ ମାରାତ୍ମକ ଏଡସ୍‌। ମାତ୍ର ଗୋଟିଏ ଡୋଜରେ ସମ୍ପୂର୍ଣ୍ଣ ଭଲ ହୋଇଯିବେ ରୋଗୀ। ଏନେଇ ବୈଜ୍ଞାନିକମାନେ ଦାବି କରିଛନ୍ତି। ବୈଜ୍ଞାନିକମାନେ ଏକ ଏଭଳି ଟିକା ତିଆରି କରିବାରେ ସଫଳତା ହାସଲ କରିଛନ୍ତି, ଯାହାର କେବଳ ଗୋଟିଏ ଡୋଜ୍‌ରେ ସମୂଳେ ଧ୍ୱଂସ ହୋଇଯିବ ଏହି ମାରାତ୍ମକ ଭୂତାଣୁ।

ଇସ୍ରାଏଲର ତେଲ ଅବିବ ୟୁନିର୍ଭସିଟିର ବୈଜ୍ଞାନିକଙ୍କ ଦ୍ୱାରା ଏହି ଟିକାକୁ ତିଆରି କରାଯାଇଛି, ଯାହାର ଲ୍ୟାବ୍‌ ରେଜଲ୍ଟ ବେଶ୍‌ ସଫଳ ରହିଛି। ବୈଜ୍ଞାନିକମାନେ ଶୀରରେ ଥିବା ଟାଇପ୍‌-ବି ଧଳା ରକ୍ତର କୋଷିକାର ଜିନ୍‌ରେ କିଛି ପରିବର୍ତ୍ତନ କରିଥିଲେ, ଯାହା ଏଚ୍‌ଆଇଭି ଭୂତାଣୁ ନଷ୍ଟ କରିଦେଇଥିଲା। ଏହି ସଫଳତାରୁ ଏଚ୍‌ଆଇଭି ଏଡସ୍‌ ଭଳି ମାରାତ୍ମକ ଭାଇରସର ମଧ୍ୟ ଏବେ ଦୂର ହୋଇଯିବ ବୋଲି ଆଶା କରାଯାଉଛି।

Related Articles

Back to top button