ବିନା ଇଣ୍ଟରନେଟରେ ଚାଟ୍ ସିମ୍ ଦ୍ୱାରା ହ୍ୱାଟସଆପ ଚଲାଇପାରିବେ
ଆଜିର ସମୟରେ ବଢ଼ୁଛି ଇଣ୍ଟରନେଟର ଚାହିଦା । ସମସ୍ତ ପ୍ରକାରର କାମ ପାଇଁ ଲୋକମନେ ଏବେ ଇଣ୍ଟରନେଟ୍ ଉପରେ ନିର୍ଭର କରୁଛନ୍ତି । ସେ ଯେ କୌଣସିବି କାମ ହେଉନା କାହିଁକି ହ୍ୱାଟସାଆପର ଚାହିଦା ବର୍ତ୍ତମାନର ସମୟରେ ଢେର ଅଧିକ ରହିଛି । କାରଣ ହ୍ୱାଟସାଆପ୍ ଜରିଆରେ ସମସ୍ତ ଇଣ୍ଟରନେଟ୍ କାମ କରୁଛନ୍ତି କର୍ମଚାରୀ । ହେଲେ ବର୍ତ୍ତମାନ ହ୍ୱାଟସାଆପକୁ ନେଇ ଏକ ବଡ଼ କଥା ଆପଣଙ୍କୁ କହିବାକୁ ଯାଉଛୁ । ଯାହା ଅପଣଙ୍କୁ ନିଶ୍ଚୟ ଭଲ ଲାଗିବ । କାରଣ ଏବେ ହ୍ୱାଟସାଆପ ବିନା ଇଣ୍ଟରନେଟରେ ଚାଲିପାରିବ । କେମିତି ବିନା ଇଣ୍ଟରନେଟରେ ଚାଲିବ ହ୍ୱାଟସାଆପ ଆସନ୍ତୁ ଜାଣିବା..
ଆପଣ ବିନା ଇଣ୍ଟରନେଟରେ ଚାଟ୍ ସିମ୍ ଦ୍ୱାରା ହ୍ୱାଟସାଆପ ଚଲାଇପାରିବେ । ଏଥିପାଇଁ ଆପଣଙ୍କୁ ପ୍ରଥମେ ଏକ ଚାଟ୍ ସିମ୍ କିଣିବାକୁ ପଡ଼ିବ । ଆପଣ ଭାବୁଥିବେ ଏହି ଚାଟ୍ ସିମ୍ କ’ଣ ? ଏହି ଚାଟ୍ ସିମ୍ ହେଉଛି ଏକ ଭିନ୍ନ ପ୍ରକାରର ସିମ୍ । ଯାହା କେବଳ ୱେବସାଇଟ୍ ଓ ଦୋକାନରେ ମିଳିବ । ସେଠାରୁ ସିମ୍ ଟିକୁ ଆଣିବା ପରେ ନିଜର ମୋବାଇଲରେ ଇନଷ୍ଟଲ କରିବେ । ଇନଷ୍ଟଲ କରିବା ଦ୍ୱାରା ଆପଣ ଏକ ବର୍ଷ ପାଇଁ ବିନା ଇଣ୍ଟରନେଟରେ ହ୍ୱାଟସାଆପ ଚଳାଇପାରିବେ ।
ଚାଟ୍ ସିମ୍ ବିଷୟରେ କିଛି ତଥ୍ୟ ଜାଣନ୍ତୁ
ଚାଟ୍ ସିମର ମୂଲ୍ୟ ୧୮୦୦ ଟଙ୍କା ରହିଛି । ଏହା ଏକ ବର୍ଷର ବୈଧତା ସହ ଆପଣଙ୍କୁ ମିଳିବ । ପରେ ଏହାକୁ ଆପଣ ପୁଣି ରିଚାର୍ଜ କରିପାରିବେ । ଏହି ସିମ୍ ସମସ୍ତ ପ୍ରକାରର ମୋବାଇଲରେ ବ୍ୟବହାର କରାଯାଇପାରିବ । ସବୁଠାରୁ ବଡ଼ କଥା ହେଉଛି ଏହି ଚାଟ୍ ସିମକୁ ଆପଣ ଦେଶ ବିଦେଶରେ ମଧ୍ୟ ବ୍ୟବହାର କରିପାରିବେ ।