ମୁମ୍ବାଇରେ ଭୁଶୁଡିଲା ୪ ମହଲା କୋଠା

ମୁମ୍ବାଇ: ନାଭି ମୁମ୍ବାଇରେ ଭୁଶୁଡିଲା ୪ ମହଲା କୋଠା । ଶନିବାର ବିଳମ୍ବିତ ରାତିରେ ନାଭି ମୁମ୍ବାଇର କୋପର ଖୈରାନେ ଅଞ୍ଚଳରେ ଗୋଟିଏ ୪ ମହଲା କୋଠା ଭୁଶୁଡିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ବି ଭଙ୍ଗା କୋଠା ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ସୂଚନା ମୁତାବକ, ନାଭି ମୁମ୍ବାଇର ବୋଙ୍କୋଡେ ଗାଁରେ ଏହି ଅଘଟଣ ଘଟିଛି । ଗତକାଲି(ଶନିବାର) ବିଳମ୍ବିତ ରାତି ପ୍ରାୟ ସାଢେ ୧୦ଟା ସମୟରେ ଏଠାରେ ଥିବା ଗୋଟିଏ ଚାରି ମହଲା କୋଠା ହଠାତ୍ ଭୁଶୁଡି ଯାଇଥିଲା । ଏହି ବିଲ୍ଡିଂରେ ମୋଟ ୩୨ ଜଣ ରହୁଥିବା ବେଳେ କୋଠା ଭୁଶୁଡିବା ସମୟରେ ସୌଭାଗ୍ୟବଶତଃ କିଛି ଲୋକ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିଲେ । ଏହି ଅଘଟଣ ଘଟିବା ସମୟରେ ୮ ଜଣ ଲୋକ କୌଣସି ମତେ ବିଲ୍ଡିଂରୁ ବାହାରି ଆସିଥିଲେ । ଏ ସମ୍ପର୍କରେ ଖବର ପାଇବା ମାତ୍ରେ ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଏଥିରେ ଏ ପର୍ଯ୍ୟନ୍ତ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Related Articles

Back to top button