ଭାରତରେ କ୍ଲାଉଡ୍ ସର୍ଭିସରେ ୧୨.୭ ବିଲିୟନ ଡ଼ଲାର୍ ବିନିଯୋଗ କରିବ ଆମାଜନ ୱେବ୍ ସର୍ଭିସେସ୍

ନୁଆଦିଲ୍ଲୀ: ଭାରତରେ କ୍ଲାଉଡ୍ ସର୍ଭିସେସରେ ବଡ଼ ନିବେଶ କରିବ ଆମାଜନ କମ୍ପାନୀ। ଏହା ଅଧୀନରେ ଆମାଜନର କ୍ଲାଉଡ୍ ସେବା ପ୍ରଦାନକାରୀ ଆମାଜନ ୱେବ୍ ସର୍ଭିସେସ୍ (ଏଡବ୍ଲ୍ୟୁଏସ୍‌) ୧,୦୫,୬୦୦ କୋଟି (୧୨.୭ ବିଲିୟନ ଡ଼ଲାର) ବିନିଯୋଗ କରିବାକୁ ଘୋଷଣା କରିଛି । ଆଗାମୀ ୮ ବର୍ଷରେ ଏହି ବିନିଯୋଗ ମାଧ୍ୟମରେ କମ୍ପାନୀ ପ୍ରତିବର୍ଷ ୧,୩୧,୭୦୦ ଚାକିରି ସୃଷ୍ଟି ହେବ । ଯେପରିକି ମାନୁଫାକଚରିଂ, ଇଞ୍ଜିନିୟରିଂ, ଟେଲିକମ୍ ଯୋଗାଯୋଗ କ୍ଷେତ୍ରରେ ପ୍ରମୁଖ ଚାକିରି ସୁଯୋଗ ସୃଷ୍ଟି ହେବ । କମ୍ପାନୀ ମୁଖ୍ୟତଃ ନୂତନ ବିନିଯୋଗ ଅଧୀନରେ ଭିତ୍ତିଭୂମିକୁ ମଜବୁତ କରିବ ।

କମ୍ପାନୀ ପୁର୍ବରୁ ଏହି କ୍ଷେତ୍ରରେ ୨୦୧୬ରୁ ୨୦୨୨ ସୁଦ୍ଧା ୩.୭ ଆରବ ଡଲାର ବା(୩୦,୯୦୦ କୋଟି ଟଙ୍କା) ନିବେଶ କରିସାରିସାରିଲାଣି। କମ୍ପାନୀ ଅନୁଯାୟୀ, ଭାରତରେ କ୍ଲାଉଡ୍ ସମ୍ବନ୍ଧୀୟ ଭିତ୍ତିଭୂମିର ଚାହିଦାକୁ ଦୃଷ୍ଟିରେ ରଖି ଏହା ବିନିଯୋଗ କରୁଛି । ଡାଟା କେନ୍ଦ୍ର ଭିତ୍ତିଭୂମିରେ ବିନିଯୋଗ ଭାରତୀୟ ବ୍ୟବସାୟରେ ବାର୍ଷିକ ହାରାହାରି ୧,୩୧,୭୦୦ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏହି ନୂତନ ନିବଶ ସହିତ ୨୦୩୦ ସୁଦ୍ଧା କମ୍ପାନୀର ମୋଟ୍ ନିବେଶ ୧,୩୬,୫୦୦ ପାର୍ କରି ଯାଇଥିବା ଅନୁମାନ । ବର୍ତ୍ତମାନ ଭାରତରେ କମ୍ପାନୀର ଦୁଇଟି ସ୍ଥାନରେ ଡାଟା ସେଣ୍ଟର ରହିଛି । ପ୬ଥମଟି ୨୦୧୬ରେ ମୁମ୍ବାଇରେ ଖୋଲିଥିଲା ଏବଂ ଦ୍ୱିତୀୟଟି ୨୦୨୨ରେ ହାଇଦ୍ରାବାଦ୍‌ରେ ଖୋଲିଛି । ଭାରତରେ କ୍ଲାଉଡ୍ ଏବଂ ଡାଟା ସେଣ୍ଟର ପ୍ରତିଷ୍ଠା ସହିତ ଏହାର ସଂପ୍ରାସାରଣ କରିବା ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆର ଏହା ମଧ୍ୟ ଏକ ଲକ୍ଷ୍ୟ ବୋଲି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା, ଦକ୍ଷତା ବିକାଶ ଏବଂ ବ୍ୟବସାୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ।

କ୍ଲାଉଡ୍ କମ୍ପ୍ୟୁଟିଂ ହେଉଛି ଏକ ଟେକ୍ନୋଲୋଜି ଯେଉଁଥିରେ ଇଣ୍ଟରନେଟ୍ ବ୍ୟବହାର କରି ସେବା ଯୋଗାଇ ଦିଆଯାଉଛି। ଏହା ଅଧୀନରେ, ଉପଭୋକ୍ତା ଇଣ୍ଟରନେଟ୍ ମାଧ୍ୟମରେ ଏକ ସର୍ଭରରେ ଡାଟା ଷ୍ଟୋରେଜ୍ ସୁବିଧା ପାଇଥାଏ। ଭାରତରେ କ୍ଲାଉଡ୍ କମ୍ପ୍ୟୁଟିଂର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆମାଜନ ୱେବ୍ ସର୍ଭିସେସ୍ ଏକ ବଡ଼ ଉପାୟରେ ବିନିଯୋଗ କରୁଛି। ଏହା ମାଧ୍ୟମରେ ମୁଖ୍ୟତ ବ୍ୟବସାୟୀମାନେ ଉପକୃତ ହୁଅନ୍ତି। ବ୍ୟବସାୟ ପାଇଁ କ୍ଲାଉଡ୍ ସେବା ଖର୍ଚ୍ଚ ହ୍ରାସ କରେ। ଯେଉଁଥିପାଇଁ ସେ ଉନ୍ନତ ସେବା ପାଇବା ସହିତ ଅଧିକ ରୋଜଗାର କରିବାର ସୁଯୋଗ ମଧ୍ୟ ପାଇଥାନ୍ତି।

Related Articles

Back to top button