
ଆର୍ମେନିଆ-ଆଜରବୈଜାନ ମଧ୍ୟରେ ଯୁଦ୍ଧ ସ୍ଥିତି
ଆର୍ମେନିଆ ଓ ଆଜରବୈଜାନ ମଧ୍ୟରେ ପୁଣି ଉତ୍ତେଜନା ପ୍ରକାଶ ପାଇଛି । ଆଜରବୈଜାନ ପ୍ରତିରକ୍ଷା ମନ୍ତ୍ରାଳୟ ଦାବି କରିଛି ଯେ, ଆର୍ମେନିଆ ବିବାଦୀୟ ଅଞ୍ଚଳ ନାର୍ଗୋର୍ନୋ-କାରଓ୍ୱାଖର କିଛି ପାହାଡକୁ କବଜା କରିନେଇଛି । ଆଜରବୈଜାନ ଆହୁରି କହିଛି ଯେ, ଆର୍ମେନିଆ ସେନା ଏକ ଯବାନଙ୍କୁ ମଧ୍ୟ ହତ୍ୟା କରିଛି । ତେବେ ଏହି ସ୍ଥାନରେ ଋଷର ଶାନ୍ତି ସୈନିକ ନିୟୋଜିତ ଅଛନ୍ତି ।
ସେହିପରି ଆର୍ମେନିଆ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ଆଜରବୈଜାନ ଆକ୍ରମଣରେ ତାର ଦୁଇ ସୈନ୍ୟ ନିହତ ହୋଇଛନ୍ତି । ଲଢେଇରେ ଏବେସୁଦ୍ଧା ୧୯ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ମଧ୍ୟରୁ ୪ ଜଣଙ୍କ ସ୍ଥିତି ଗୁରୁତର ରହିଛି । ଋଷ ସେନା ମଧ୍ୟ ଆଜରବୈଜାନ ତିନି ଥର ଯୁଦ୍ଧ ବିରତି ଉଲ୍ଲଙ୍ଘନ କରିଥିବା ସୂଚନା ଦେଇଛି।
ନାଗୋର୍ଣ୍ଣୋ କରବାଖ ଭୂଖଣ୍ଡକୁ ନେଇ ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି। ୪ହଜାର ବର୍ଗ କିଲୋମିଟର ଅଞ୍ଚଳକୁ ଉଭୟ ଦେଶ ପ୍ରଥମରୁ ନିଜର ଦାବି କରିଆସୁଛନ୍ତି। ଏହି ଭୂଖଣ୍ଡକୁ ନିଜ ଆୟତ୍ତକୁ ନେବା ଲାଗି ଉଭୟ ଦେଶ ଏବେ ଯୁଦ୍ଧକୁ ଓହ୍ଲାଇଛନ୍ତି। ନାଗୋର୍ଣ୍ଣୋ କରବାଖ ଅନ୍ତର୍ଜାତୀୟ ଭାବେ ଆଜାରବୈଜାନର ଅଂଶବିଶେଷ। ତେବେ ୧୯୯୧ ମସିହାରେ ସ୍ଥାନୀୟ ଲୋକେ ନିଜକୁ ସ୍ୱାଧୀନ ଘୋଷଣା କରି ଆର୍ମେନିଆ ସହ ମିଶିଯାଇଥିଲେ। ତେବେ ଆଜରବୈଜାନ ଏହି ଘୋଷଣାକୁ ଅଗ୍ରାହ୍ୟ କରିଦେଇଥିବା ବେଳେ ଦୁଇ ଦେଶଙ୍କ ମଧ୍ୟରେ ଅସନ୍ତୋଷ ଉପୁଜିଥିଲା।
୫୦ କିମି ପରିବ୍ୟାପ୍ତ ଏହି ଅଞ୍ଚଳ ଏବେ ବିବାଦର ମୁଖ୍ୟ କାରଣ । କାରଣ ଏହି ଅଞ୍ଚଳ ୧୯୯୦ରେ ଆଜରବୈଜାନଠୁ ସ୍ୱାଧିନ ହୋଇଥିବା ଦାବି କରିଥିଲା । ଏଠାରେ ପ୍ରାୟ ୩୦ ହଜାର ଲୋକ ରୁହନ୍ତି । କିନ୍ତୁ ଏହାକୁ ଏକ ଦେଶ ଭାବେ ସ୍ୱୀକୃତି ମିଳିନାହିଁ । ଯାହାକୁ ନେଇ ୨ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଇତିମଧ୍ୟରେ ଯୁଦ୍ଧକୁ ୨୯ଦିନ ବିତିସାରିଲାଣି ।