
ମହାରାଜା ଚାର୍ଲ୍ସ ତୃତୀୟଙ୍କ ଫଟୋ ଥିବା ନୂଆ କଏନ ଉନ୍ମୋଚିତ
ନୂଆଦିଲ୍ଲୀ: ବ୍ରିଟେନରେ ନୂଆ ଯୁଗର ଆରମ୍ଭ । ରାଜଗାଦିରେ ବସିବା ପରେ କିଙ୍ଗ୍ସ ଚାର୍ଲ୍ସ ତୃତୀୟଙ୍କ ଫଟୋ ଥିବା କଏନ ପ୍ରଚଳନକୁ ଆସିବ। ଶୁକ୍ରବାର ରୟାଲ ମିଣ୍ଟ ମହାରାଜା ଚାର୍ଲ୍ସ ତୃତୀୟଙ୍କ ଫଟୋ ଥିବା କଏନର ଉନ୍ମୋଚନ କରିଛି।
ଆସନ୍ତା ଡିସେମ୍ୱର ମାସ ସୁଦ୍ଧା ଏହି କଏନ ଲୋକଙ୍କ ପାଖରେ ପହଞ୍ଚିବ ଏବଂ ପ୍ରଚଳନରେ ଆସିବ। ବ୍ରିଟେନ ମୁଦ୍ରା ନିର୍ମାଣ କରୁଥିବା କମ୍ପାନି ରୟାଲ ମିଣ୍ଟ ଶୁକ୍ରବାର କହିଛି, କଏନରେ ହୋଇଥିବା ନୂଆ ମହାରାଜାଙ୍କ ଫଟୋକୁ ବ୍ରିଟିଶ ମୂର୍ତ୍ତିକାର ମାର୍ଟିନ ଜେନିଙ୍ଗ୍ସ ନିର୍ମାଣ କରିଛନ୍ତି ଏବଂ ଚାର୍ଲ୍ସ ନିଜେ ଏହାକୁ ମଞ୍ଜୁରୀ ଦେଇଛନ୍ତି।
ପରମ୍ପରା ଅନୁସାରେ, କଏନରେ ମହାରାଜାଙ୍କ ଫଟୋର ମୁହଁ ତାଙ୍କ ମାଆ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଫଟୋର ବୀପରିତ ଦିଗରେ ବାମପଟେ ରହିଛି। ଦୁଇଟି କଏନକୁ ଏକାସାଙ୍ଗରେ ରଖିଲେ ଦୁହିଁଙ୍କ ମୁହଁ ସାମ୍ନାସାମ୍ନି ନଜର ଆସିବ।