ଶସ୍ତାରେ ମିଳିବ ସବୁ ପ୍ରକାର ଔଷଧ

ନୂଆଦିଲ୍ଲୀ: ସରକାରଙ୍କ ଦ୍ୱାରା ଚାଲୁ ରହିଥିବା ପ୍ରଧାନମନ୍ତ୍ରୀ ଜନୌଷଧି ଯୋଜନାକୁ ନେଇ ଏକ ବଡ ଘୋଷଣା କରାଯାଇଛି । ଏଣିକି ଦେଶରେ ଜନୌଷଧି କେନ୍ଦ୍ରଗୁଡିକର ହେବ ବିସ୍ତାର । ତେଣୁ ଯଥାଶୀଘ୍ର ଆଉ ୨୦୦୦ ନୂଆ ଜନୌଷଧି କେନ୍ଦ୍ର ଖୋଲିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହା କେନ୍ଦ୍ର ଗ୍ରାମୀଣ ଅଞ୍ଚଳରେ ଉପସ୍ଥିତ କୃଷି ଋଣ ସମିତିରେ ଖୋଲାଯିବ । ଏଥିପାଇଁ କୃଷି ଋଣ ସମିତିକୁ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀ ମିଳି ସାରିଥିବା କହିଛନ୍ତି ସହକାରିତା ମନ୍ତ୍ରାଳୟ ।

 

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ନିଷ୍ପତ୍ତି ପରେ ଆସନ୍ତା ଅଗଷ୍ଟ ସୁଦ୍ଧା ପ୍ରାୟ ୧୦୦୦ ଜନୌଷଧି ଖୋଲା ଯାଇପାରେ ଏବଂ ଡିସେମ୍ବର ସୁଦ୍ଧା ଅନ୍ୟ ସମସ୍ତ କେନ୍ଦ୍ରଗୁଡିକ ମଧ୍ୟ ଖୋଲାଯିବାର ଲକ୍ଷ୍ୟ ରହିଛି । ଗୃହମନ୍ତ୍ରୀ ଅମିତ ଶାହା ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ମଧ୍ୟରେ ଆଲୋଚନା ପରେ ଜନୌଷଧି କେନ୍ଦ୍ର ଖୋଲିବା ପାଇଁ ପାକ୍ସକୁ ଅନୁମତି ପ୍ରଦାନ କରାଯାଇଛି । ଏଥିପାଇଁ ଦେଶର ଯେଉଁଠାରେ ଜନୌଷଧି କେନ୍ଦ୍ର ଖୋଲିବା ପାଇଁ ଉପଯୁକ୍ତ ପରିସ୍ଥିତି ଥିବା ୨୦୦୦ଟି ପାକ୍ସ ଚୟନ କରାଯିବ । ଏହା ପାକ୍ସ ସମିତିର ଆୟବୃଦ୍ଧି କରିବା ସହ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି କରିବ । ଏହାସହିତ ବିଭିନ୍ନ ଔଷଧ ମଧ୍ୟ ସୁଲଭ ମୂଲ୍ୟରେ ପାଇପାରିବେ ସାଧାରଣ ଲୋକ ।

Related Articles

Back to top button