ପୃଥିବୀର ସବୁଠାରୁ ବଡ଼ ଗାଲ: କସ୍ମେଟିକ୍‌ ସର୍ଜରୀ କରି ରେକର୍ଡ କଲେ

ଈଶ୍ୱରଙ୍କ ଦ୍ୱାରା ସୃଷ୍ଟ ସବୁକିଛି ବେଶ୍‌ ଖାସ୍‌ ଓ ସୁନ୍ଦର। ହେଲେ ବେଳେବେଳେ ଭଗବାନ ଦେଇଥିବା ରଙ୍ଗ ରୂପରେ ମଣିଷ ସନ୍ତୁଷ୍ଟ ହୋଇ ନ ଥାଏ। ଆଉ ନିଜ ଚେହେରା ତଥା ଶରୀରରେ ପରିବର୍ତ୍ତନ ଆଣିବା ପାଇଁ କରିଥାଏ ନାନା ପ୍ରୟାସ। ଯେମିତିକି ଆଜିକାଲି ଅନେକେ ଏଥିପାଇଁ ନେଉଛନ୍ତି କସ୍ମେଟିକ୍‌ ସର୍ଜରୀର ସାହାଯ୍ୟ। ଏହା କେତେକଙ୍କ କ୍ଷେତ୍ରରେ ଚମତ୍କାର ପରି କାମ କରିଥାଏ ତ କେତେବେଳେ ଏହାର ଓଲଟା ପ୍ରଭାବ ବି ପଡିଥାଏ। ଯାହା ସେମାନଙ୍କୁ ସୁନ୍ଦର ପରିବର୍ତ୍ତେ ଅସୁନ୍ଦର କରିଦିଏ। ୟୁକ୍ରେନର ଆନାସ୍ତାସିଆ ପୋକ୍ରେଶ୍ଚୁକ୍‌ଙ୍କ କ୍ଷେତ୍ରରେ ବି ଠିକ୍‌ ସେମିତି ଘଟିଛି। ସେ ଏବେ ପୃଥିବୀର ସବୁଠାରୁ ବଡ଼ ଗାଲ ଥିବା ମହିଳାଭାବେ ପରିଚିତ।

ଆନାସ୍ତାସିଆ ପେସାରେ ଜଣେ ମଡେଲ। ସେ ଇଶ୍ୱରପ୍ରଦତ୍ତ ନିଜ ମୁହଁ ଓ ଶରୀରରେ ସନ୍ତୁଷ୍ଟ ନ ଥିଲେ। ତେଣୁ ସେଥିରେ ପରିବର୍ତ୍ତନ ଆଣି ଅଧିକ ସୁନ୍ଦରୀ ହେବାକୁ ଚାହୁଁଥିଲେ। ଆଉ ଏଥିପାଇଁ ସେ କସ୍ମେଟିକ୍‌ ସର୍ଜରୀର ସାହାଯ୍ୟ ନେଲେ। ନିଜ ଗାଲକୁ ବଡ କରିବା ଲାଗି ଅନେକଥର ଫିଲର୍‌ର ବ୍ୟବହାର କଲେ। ଖାଲି ଗାଲ ନୁହେଁ, ସେ ନିଜ ଓଠକୁ ବଡ କରିବା ପାଇଁ ମଧ୍ୟ ଫିଲର୍‌ ବ୍ୟବହାର କରିଛନ୍ତି। ଫଳରେ ତାଙ୍କ ଗାଲ ପାହାଡ ଭଳି ଉଚ୍ଚା ହୋଇଯାଇଛି ଓ ଓଠ ବି ଫୁଲି ମୋଟା ହେଇଯାଇଛି। ଏଇ ବଡ଼ ଗାଲ ପାଇଁ ଶେଷରେ ସେ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ବି ପାଇଲେ। ହେଲେ ଅନେକେ ତାଙ୍କର ଏଇ ପରିବବର୍ତ୍ତିତ ଚେହେରାକୁ ପସନ୍ଦ କରୁ ନାହାନ୍ତି। ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯିବା ସହ ସେ ଶେୟାର କରିଥିବା ତାଙ୍କ ପୁରୁଣା ଫଟୋକୁ ଲୋକେ ପସନ୍ଦ କରୁଛନ୍ତି। ଏସବୁ ବାଦ୍‌ ବି ସେ ନିଜ ଗାଲକୁ ନେଇ ବେଶ୍‌ ସନ୍ତୁଷ୍ଟ।

Related Articles

Back to top button