ଚୀନ୍‌ ମୁହାଁ ତୋଫାନ୍‌ ମୁଇଫା, ସଂଘାଇରୁ ବିମାନ ଉଡ଼ାଣ ରଦ୍ଦ

ବେଜିଂ: ଚୀନ୍‌ ଉପରକୁ ମାଡ଼ି ଆସୁଛି ତୋଫାନ୍‌ । ଏନେଇ ଚୀନ୍‌ର ସଂଘାଇରେ ଦୁଇ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟରୁ ସମସ୍ତ ବିମାନ ଉଡ଼ାଣକୁ ରଦ୍ଦ କରିଦିଆଯାଇଛି । ବିମାନ ବନ୍ଦର କତ୍ତୃପକ୍ଷ ବୁଧବାର ଏନେଇ ସୂଚନା ଦେଇଛନ୍ତି ଯେ ମୁଇଫା ନାମକ ତୋଫାନ୍‌ ବୃହତ ଜନସଂଖ୍ୟା ବିଶିଷ୍ଟ ପୂର୍ବାଞ୍ଚଳରେ ମାଡ଼ ହେବା ନେଇ ସୂଚନା ମିଳିଛି । ଏହି ତୋଫାନ୍‌ ବୁଧବାର ସନ୍ଧ୍ୟା ୭ଟା ବେଳେ ମାଡ଼ ହେବା ନେଇ ପୂର୍ବାନୁମାନ କରାଯାଇଛି ।

ଚୀନ୍‌ର ସରକାରୀ ଟିଭି ଚ୍ୟାନେଲ୍‌ ସିସିଟିବି ଏନେଇ ଆଗୁଆ ସୂଚନା ଦେଇଛି । ଏଥିରେ ସଂଘାଇ, ଜିଜିୟାଙ୍ଗ, ଜିୟାଙ୍ଗ୍ସୁ, ଫୁଜିଆନ୍‌ ଭଳି ତଟୀୟ ପ୍ରାନ୍ତରେ କ୍ଷୀପ୍ରଗତିରେ ପବନ ହୋଇପାରେ । ସଂଘାଇରେ ଏସିଆର ସବୁଠାରୁ ବଡ଼ ବାଣିଜ୍ୟିକ ବନ୍ଦରମାନ ରହିଛି ।

ଦୁଇ ବିମାନବନ୍ଦରର କତ୍ତୃପକ୍ଷ ବିମାନ ଉଡ଼ାଣ ନେଇ ସମୟ ସମୟରେ ଘୋଷଣା କରିବ । ତୋଫାନ୍‌ର ପ୍ରଭାବ ଅନୁଯାୟୀ ଏହି ଘୋଷଣା କରାଯିବ । ତୋଫାନ୍‌ ମୁଇଫା ୧୭୨ କିଲୋମିଟର ବେଗରେ ନିଙ୍ଗବୋ ଏବଂ ଜୁଶାନର ସହଭାଗୀ ବନ୍ଦର ନିକଟ ଦେଇଯିବ ।

ମୁଇଫା କିଛି ସମୟ ପରେ ହିନ୍ନାମୁନ ଦେଇ ସାଂଘାଇକୁ ଅତିକ୍ରମ କରିବ । ଏହାଦ୍ୱାରା ସାଂଘାଇ ଫେରି ସେବା ସ୍ଥଗିତ ରହିଛି ଏବଂ ସିଜିଆଙ୍ଗର କିଛି ଅଞ୍ଚଳରେ ସ୍କୁଲ ବନ୍ଦ କରାଯାଇଛି।

Related Articles

Back to top button