ଋଷ ଭଳି ଚୀନ ଉପରେ ମଧ୍ୟ ବାଣିଜ୍ୟ ପ୍ରତିବନ୍ଧକ ଲଗାଇପାରେ ଆମେରିକା

ଓ୍ୱାଶିଂଟନ: ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇଓ୍ୱାନ ଗସ୍ତ ପରଠାରୁ ଆମେରିକା ଏବଂ ଚୀନ ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି। ଅନ୍ୟପଟେ ଚୀନ ତାଇଓ୍ୱାନ ଉପରେ ଚାପ ପକାଇବାକୁ ଯାଇ ସୀମାରେ ସମରଭ୍ୟାସ କରୁଛି । ହେଲେ ତାଇୱାନ ସହିତ ଆମେରିକା ରହିଛି ବୋଲି କହିଆସୁଛି। ତେଣୁ ଆମେରିକା ବେଜିଂ ଉପରେ ପ୍ରତିବନ୍ଧକ ଲଗାଇପାରେ ବୋଲି ଅନୁମାନ କରାଯାଉଛି।

ବାଣିଜ୍ୟ କ୍ଷେତ୍ରରେ ଚୀନ ଓ ଆମେରିକା ପରସ୍ପରର ପ୍ରତିଦ୍ବନ୍ଦୀ। ଏବେ ବାଣିଜ୍ୟ କ୍ଷେତ୍ରରେ ଚୀନକୁ ପଛରେ ପକାଇବା ଲକ୍ଷ୍ୟରେ ରହିଛି ଆମେରିକା। ତେଣୁ କମ୍ପ୍ୟୁଟର ଚିପ ଓ ଟେଲିକମ୍ ଉପରେ କେତେକ ବାଣିଜ୍ୟ କଟକଣା ଲାଗୁ କରିବ ବୋଲି ଜଣାପଡିଛି। ଆମେରିକା ବାଣିଜ୍ୟ ବିଭାଗର ପୂର୍ବତନ ଅଧିକାରୀ ନଜକ୍ ନିକାଟ୍ଟାରଙ୍କ କହିବା ଅନୁୟାୟୀ, ଚୀନ୍ ସହିତ କମ୍ପ୍ୟୁଟର ଚିପ୍ ଓ ଟେଲିକମ୍ କ୍ଷେତ୍ରରେ ଆମେରିକା କେତେକ ବାଣିଜ୍ୟ କଟକଣା ଲାଗୁ କରିବାକୁ ଯାଉଛି। ରିପୋର୍ଟ ଅନୁଯାୟୀ, ଚୀନ୍ ବିରୋଧରେ ୟୁରୋପୀୟ ୟୁନିଅନ୍ ମଧ୍ୟ ଏହା କରିପାରେ।

Related Articles

Back to top button