ଜାନୁଆରୀରୁ ଆରମ୍ଭ ହେବ ‘ନୋ ଏଣ୍ଟ୍ରି’ର ସୁଟିଂ

ମୁମ୍ଵାଇ: ୨୦୦୫ ମସିହାରେ ରିଲିଜ୍ ହୋଇଥିଲା ରୋମାଣ୍ଟିକ୍ କମେଡି ଫିଲ୍ମ ନୋ ଏଣ୍ଟ୍ରି। ବର୍ତ୍ତମାନ ତାହାକୁ ନେଇ ଚର୍ଚ୍ଚା ରହି ଆସିଛି। ସଲମାନ ଖାନ, ଅନୀଲ କପୁର, ଫରଦିନ୍ ଖାନଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ‘ଏଣ୍ଟ୍ରି ମେଁ ନୋ ଏଣ୍ଟ୍ରି ‘ବିଷୟରେ କଳ୍ପନାଜଳ୍ପନା କରାଯାଇଥିଲା କି ଚଳିତ ବର୍ଷ ଫିଲ୍ମର କାମ ଆରମ୍ଭ ହୋଇପାରେ। କିନ୍ତୁ ଏହା ହୋଇ ନଥିଲା, ବର୍ତ୍ତମାନ ନିର୍ଦ୍ଦେଶକ ଅନିସ୍ ବାଜମି ଫିଲ୍ମ କେବେ ଫ୍ଲୋରକୁ ଆସିବ ସେ ବିଷୟରେ ଆଲୋଚନା କରିଛନ୍ତି।

ETimes ରିପୋର୍ଟ ଅନୁଯାୟୀ, ଅନିସ୍ ବାଜମି କହିଛନ୍ତି ଯେ ଏହି ଫିଲ୍ମର ସିକ୍ୱେଲ୍ ପାଇଁ ବର୍ଷ ଶେଷ ଆଡକୁ ପ୍ରସ୍ତୁତି ଚାଲିଛି।  ଯଦି ସବୁକିଛି ଠିକ୍ ହୁଏ ତେବେ ଆସନ୍ତା ବର୍ଷ ଜାନୁୟାରୀ ମାସରେ ଏହାର ସୁଟିଂ ଆରମ୍ଭ ହୋଇପାରେ। ଏହାକୁ ନିଶ୍ଚିତ କରିବା ପରେ ଆନିସ୍ ଫିଲ୍ମର କାହାଣୀ ବିଷୟରେ କହିଥିଲେ ଯେ ଯେଉଁଠାରୁ ନୋ ଏଣ୍ଟ୍ରି ଶେଷ ହୋଇଥିଲା, ସିକ୍ୱେଲ୍ ଫିଲ୍ମର କାହାଣୀ ଜାରି ରହିବ । କାହାଣୀକୁ ଆଗକୁ ନେବା ପାଇଁ ଆମେ ସଲମାନ, ଅନିଲ ଏବଂ ଫରଦିନଙ୍କ ସହ କଥା ହେବେ।

ଫିଲ୍ମର ଷ୍ଟାର କାଷ୍ଟ ବିଷୟରେ ଅନିସ୍ କହିଛନ୍ତି ଯେ ସ୍କ୍ରିପ୍ଟଟି ତିଆରି କରିବାକୁ ବହୁତ ସମୟ ଲାଗିଥିଲା। ପ୍ରଥମ ଚଳଚ୍ଚିତ୍ର ଅପେକ୍ଷା ଏହାକୁ ଅଧିକ ଶକ୍ତିଶାଳୀ କରିବାକୁ ଚାହୁଁଥିବାରୁ ସ୍କ୍ରିପ୍ଟ ପାଇଁ ଅଧିକ ସମୟ ଲାଗିଥିଲା। କେବଳ ଏତିକି ନୁହେଁ ଉଭୟ ସଲମାନ ଖାନ ଏବଂ ଫରଦୀନ ଖାନ ଏହି ସ୍କ୍ରିପ୍ଟ ବହୁତ ପସନ୍ଦ କରିଛନ୍ତି। ହେଲେ ଅନିଲ କପୁର ଏପର୍ଯ୍ୟନ୍ତ ସ୍କ୍ରିପ୍ଟ ପଢିନାହିନ୍ତି । ଏହି ସିକ୍ୱେଲ ବିଷୟରେ ବାଜମୀ କହିଛନ୍ତି ଯେ ବିପାଶା ବସୁ, ଲାରା ଦତ୍ତା ଭୂପତି, ଇଶା ଦେଓଲ ଏବଂ ସେଲିନା ଜେଟଲୀଙ୍କ ସମେତ ପ୍ରଥମ ପାର୍ଟର ଅଭିନେତ୍ରୀମାନେ ମଧ୍ୟ ସିକ୍ୱେଲର ଏକ ଅଂଶ ହୋଇପାରନ୍ତି। କିନ୍ତୁ ଏସବୁ ଏପର୍ଯ୍ୟନ୍ତ ଜଣାପଡି ନାହିଁ।

Related Articles

Back to top button