ଟ୍ରେନ୍ ମିସ୍ ହୋଇଗଲେ କିପରି ଫେରି ପାଇବେ ଟିକେଟ ଅର୍ଥ

ନୂଆଦିଲ୍ଲୀ: ଅନେକ ସମୟରେ ଯାତ୍ରୀମାନେ ସାମାନ୍ୟ କିଛି ସମୟ ବିଳମ୍ବ କାରଣରୁ ନିଜ ଟ୍ରେନ୍ ମିସ୍ କରିଦେଇଥାନ୍ତି । ଏଭଳି ସ୍ଥିତିରେ ଯାତ୍ରୀମାନେ ନିଜର ଗନ୍ତବ୍ୟ ସ୍ଥଳରେ ଠିକ୍ ସମୟରେ ପହଞ୍ଚି ପାରି ନ ଥାନ୍ତି । ତେବେ ଯଦି ଆପଣଙ୍କର ଟ୍ରେନ୍ ଫେଲ୍ ହୋଇଯାଏ ତେବେ ଆପଣମାନେ ଟିକେଟ ଅର୍ଥ ଫେରସ୍ତ ପାଇ ପାରିବେ କି? ଏଭଳି ପ୍ରଶ୍ନ ଆପଣଙ୍କ ମନରେ ଉଠିବା ସ୍ୱାଭାବିକ । ତେବେ ଟ୍ରେନ୍ ଫେଲ୍ ହୋଇଗଲା ପରେ ଆପଣ ନିଜର ଅର୍ଥ ରିଫଣ୍ଡ ପାଇବାକୁ ହେଲେ କିଛି ରୁଲ୍ ଫଲୋ କରିବାକୁ ପଡ଼ିବ ।

କିପରି ଟ୍ରେନ ମିସ୍ ନ ହେବ ସେଥିପାଇଁ ସର୍ବଦା ଟ୍ରେନ ଯାତ୍ରୀମାନେ ଚିନ୍ତାରେ ରହିଥାନ୍ତି । ଯଦି ଦୁର୍ଭାଗ୍ୟବଶତଃ ଆପଣଙ୍କର ଟ୍ରେନ୍ ମିସ୍ ହୋଇଯାଏ, ତେବେ ଏହା ଆପଣଙ୍କୁ ବହୁତ ଚିନ୍ତାଗ୍ରସ୍ତ କରିଦେଇଥାଏ । ତେବେ ଟ୍ରେନ ଫେଲ୍ ହୋଇଗଲା ପରେ ବି ଆପଣ ନିଜର ପଇସା ଫେରସ୍ତ ପାଇ ପାରିବେ । ଏଥିପାଇଁ ଇଣ୍ଡିଆନ୍ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ନିୟମରେ କିଛି ପରିବର୍ତ୍ତନ କରାଯାଇଛି ।

ଯଦି କୌଣସି କାରଣରୁ ଆପଣଙ୍କର ଟ୍ରେନ ଫେଲ ହୋଇଯାଏ, ତେବେ ଏଥିପାଇଁ ଆପଣଙ୍କୁ ସର୍ବପ୍ରଥମେ ଟିକେଟ ଡିପୋଜିଟ ରସିଦ (ଟିଡିଆର)କୁ ଭରିବାକୁ ପଡ଼ିବ । ଯଦି ଆପଣଙ୍କର ଟ୍ରେନ ଫେଲ ହୋଇଯାଏ ଓ ଆପଣଙ୍କର ଟିକେଟ କନଫର୍ମ ହୋଇଯାଇଛି, ତେବେ ଏଭଳି ସ୍ଥିତିରେ ଟିକେଟ କ୍ୟାନସଲ ହୋଇ ପାରିବ ନାହିଁ । ତେଣୁ ଆପଣ ଅର୍ଥ ଫେରସ୍ତ ପାଇବାକୁ ହେଲେ ଟିଡିଆର ଭରିବାକୁ ପଡ଼ିବ ।

ଟିଡିଆର ଫର୍ମ ଭରିବା ସମୟରେ ଆପଣଙ୍କୁ ଟ୍ରେନରେ ଯାତ୍ରା ନ କରିବାର କାରଣ ଉଲ୍ଲେଖ କରିବାକୁ ପଡ଼ିବ । ଏହି ଫର୍ମକୁ ଭରିବା ପରେ ଆପଣଙ୍କୁ ଆପଣଙ୍କ ଅର୍ଥ ଫେରସ୍ତ ମିଳିଯିବ । ତେବେ ଟ୍ରେନ ମିସ୍ ହେବାର ୧ ଘଣ୍ଟା ମଧ୍ୟରେ ଆପଣଙ୍କୁ ଟିଡିଆର ଫାଇଲ କରିବାକୁ ପଡ଼ିବ । ଯାତ୍ରୀଙ୍କୁ ପୂର୍ବରୁ ଟିକେଟ କାଉଣ୍ଟରରେ ଏହି ଫର୍ମ ଭରିବାକୁ ପଡ଼ୁଥିଲା, ମାତ୍ର ରେଲୱେ ପକ୍ଷରୁ ଏବେ ଅନଲାଇନରେ ଟିଡିଆର ଭରିବା ସୁବିଧା ଉପଲବ୍ଧ କରାଯାଇଛି । ତେବେ ଟିଡିଆର କେବଳ କନଫର୍ମ ଟିକେଟରେ ଫାଇଲ କରାଯାଇପାରିବ । ୱେଟିଂ ବା ରଦ୍ଦ ବିରୋଧରେ ସଂରକ୍ଷଣ (ଆରଏସି) ଟିକେଟ ପାଇଁ ଏହି ବ୍ୟବସ୍ଥା ନାହିଁ ।

Related Articles

Back to top button