ଶୀତଦିନରେ ଛୁଅନ୍ତୁ ନାହିଁ ସାବୁନ କିମ୍ବା ଫେସୱାସ୍

ଶୀତଦିନରେ ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ । ବିଭିନ୍ନ ପ୍ରକାରର ଚର୍ମ ରୋଗ ମଧ୍ୟ ଏହି ଦିନରେ ଶରୀରକୁ ଅତ୍ୟଧିକ ଗ୍ରାସ କରିଥାଏ । ବିଶେଷ କରି ଏହି ଋତୁରେ ସାବୁନ ଓ ଫେସୱାସର ବ୍ୟବହାର ଦ୍ୱାରା ଆମର ତ୍ୱଚାର ଶୁଷ୍କତାକୁ ବଢ଼ାଇଥାଏ ଯାହାଫଳରେ ବିଭିନ୍ନ ତ୍ୱଚା ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏଥିରୁ କିପରି ପାଇବା ମୁକ୍ତି…

– ଶୀତଦିନ ଆସିବା ମାତ୍ରେ ତ୍ୱଚା ଓ ଓଠର ଚମଡ଼ା ରୁକ୍ଷ ହୋଇଯାଇଥାଏ । ବିଶେଷ କରି ଓଠ ଫାଟି ରକ୍ତ ବାହାରିଥାଏ । ନଡ଼ିଆ ତେଲ ଓ ଗ୍ଲିସେରିନ ଲଗାଇଲେ ମଧ୍ୟ କୌଣସି ଲାଭ ମିଳିପାରେ ନାହିଁ । ଏଣୁ ଓଠ ନଫାଟିବା ପାଇଁ ନିୟମିତ ୪/୫ ଥର ଭେସଲିନ ଲଗାନ୍ତୁ । ଓଠରେ ବାରମ୍ବାର ଜିଭ ଲଗାନ୍ତୁ ନାହିଁ । ଯଦି ତେଲ ଲଗାଇବା ପରେ ମଧ୍ୟ ମୁହଁରେ ଶୁଷ୍କତା ପରିକ୍ଷିତ ହେଉଛି ତେବେ କୌଣସି ଭଲ କମ୍ପାନୀର ମଏଶ୍ଚରାଇଜର ବ୍ୟବହାର କରନ୍ତୁ । ଏବଂ ସାବୁନ ଓ ଫେସୱାସର ବ୍ୟବହାର କମ୍‌ କରନ୍ତୁ । ଶୀତଦିନରେ ଏହା ତ୍ୱଚାକୁ ଅତ୍ୟଧିକ ଶୁଷ୍କ କରିଥାଏ ।

– ଯଦି ଶୀତଦିନରେ କମ୍‌ ଶୀତରେ ମଧ୍ୟ କିଛି ଲୋକଙ୍କର ପାଦ ଫାଟିଥାଏ । ଯେତେଯାହା କରିଲେ ମଧ୍ୟ ସୁଫଳ ମିଳେନାହିଁ, ଫଟା ବଢ଼ି ଚାଲିବାରେ କଷ୍କ ହୋଇଥାଏ, ରକ୍ତ ମଧ୍ୟ ବାହାରିଥାଏ । ଏପରି ସ୍ଥିତିରେ ନିୟମିତ ପାଦରେ ମୋଜା ପିନ୍ଧନ୍ତୁ । ଖାଲିପାଦରେ ଚାଲନ୍ତୁ ନାହିଁ । ଅଧିକ ସାବୁନ ବା ସର୍ଫ ପାଣି ପାଦରେ ବାଜିବାକୁ ଦିଅନ୍ତୁ ନାହିଁ । ରାତିରେ ଶୋଇବା ପୂର୍ବରୁ ପାଦରେ ଭେସଲିନ କିମ୍ବା ରନ୍ଧା ନଡ଼ିଆ ତେଲ ମାଲିସ କରି ଶୁଅନ୍ତୁ । ପାଦ ଫାଟିବା କମିଯିବ ।

– ଶୀତଦିନରେ ଧୂଳି ଉଡ଼ିଲେ ତ୍ୱଚାରେ ଲାଖି ରହିଯାଇଥାଏ । ଏଥିଯୋଗୁଁ ଆମର କେଶ ଜନିତ ସମସ୍ୟା ଦେଖାଯାଏ । କେଶ ଝଡ଼ିବା, ରୁକ୍ଷ ହେବା, ରୁପି ସମସ୍ୟା ସୃଷ୍ଟି ହେବା ଏହା ସହିତ ଅତ୍ୟଧିକ ମାରାତ୍ମକ ହୋଇଥାଏ ମୁଣ୍ଡର ତ୍ୱଚାରେ ଫଙ୍ଗାଲ ଇନଫେକସନ । ତେବେ ଏଭଳି ସ୍ଥିତରେ ଆପଣ ଡ଼ାକ୍ତରଙ୍କ ପରାମର୍ଶ ନେଇ କୌଣସି ଆଣ୍ଟିଫଙ୍ଗାଲ ସାମ୍ପୋ ବ୍ୟବହାର କରିପାରିବେ । ମୁଣ୍ଡରେ କମ୍‌ ତେଲ ଲଗାନ୍ତୁ । ମୁଣ୍ଡ ସଫା କରିବାର ପୂର୍ବଦିନ ରାତିରେ ତେଲ ଲଗାଇ ସକାଳୁ ଧୋଇ ଦିଅନ୍ତୁ । କେଶରେ ଅଧିକ ସମୟ ପର୍ଯ୍ୟନ୍ତ ତେଲ ରହିବାକୁ ଦିଅନ୍ତୁ ନାହିଁ ।

– ଶୀତଦିନରେ ବାହାରକୁ ବାହାରିଲେ ସାବଧାନ ରହିବା ଆବଶ୍ୟକ । କିଛି ଲୋକଙ୍କର ବାହାରକୁ ବାହାରିବା ମାତ୍ରେ ଦେହ ହାତ କୁଣ୍ଡେଇ ହୋଇଥାଏ ଓ ଏହି ସମସ୍ୟା ରାତି ସମୟରେ ଅତ୍ୟଧିକ ଏହି ସମସ୍ୟା ସୃଷ୍ଟି ହୋଇଥାଏ । କିନ୍ତୁ ଘରେ ଆସି ଧୁଆ ଧୋଇ ହୋଇଗଲେ ଏ ସମସ୍ୟା କମିଯାଇଥାଏ । ଏପରି ହେବାର କାରଣ ହେଲା ଆପଣଙ୍କ ଚର୍ମ ଅତ୍ୟଧିକ ସ୍ପର୍ଶକାତର ହୋଇଥାଏ । ତେବେ ଏଭଳି ସମସ୍ୟାରେ କୌଣସି ଘରୋଇ ଉପଚାର ନକରି ଡ଼ାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ ।

Related Articles

Back to top button