ସ୍ଥଗିତ ହେଲା ଡ୍ରାଇଭର ସଂଘର ଆନ୍ଦୋଳନ : ସ୍ୱାଭାବିକ ହେଲା ବସ ଚଳାଚଳ

ରାଜ୍ୟର ବିଭିନ୍ନ ସ୍ଥାନରେ ପୁଣି ସ୍ୱାଭାବିକ ହେଲା ବସ ଚଳାଚଳ। କେନ୍ଦ୍ର ସରକାରଙ୍କ ‘ହିଟ୍‌ ଏଣ୍ଡ ରନ୍’ ଆଇନ ଓ ରାଜ୍ୟ ସରକାରଙ୍କ ପ୍ରତାରଣା ବିରୋଧରେ ୩ଦିନ ଧରି ଡ୍ରାଇଭର ସଂଘର ଆନ୍ଦୋଳନ ଚାଲିଥିଲା ହେଲେ ଆଜି ସେହି ଆନ୍ଦୋଳନକୁ ସ୍ଥଗିତ କରିଛନ୍ତି ବସ ମହାସଂଘର ମୁଖ୍ୟ ଏହାପରେ ସବୁଆଡେ ବସ ଚଳାଚଳ ଆରମ୍ଭ ହୋଇଯାଇଛି। ତିନି ଦିନ ଧରି ଡ୍ରାଇଭର ସଂଘର ଏହି ଆନ୍ଦୋଳନ ଯୋଗୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଯାତ୍ରୀ କିନ୍ତୁ ଏବେ ବସ ଚଳାଚଳ ସ୍ୱାଭାବିକ ହେବା ପରେ ଆଶ୍ୱସ୍ତି ହୋଇଛନ୍ତି ଜନସାଧାରଣ। ତେବେ ରାଜ୍ୟ ପରିବହନ କମିସନର ଅମିତାଭ ଠାକୁରଙ୍କ କହିବା ଅନୁଯାୟୀ ଡ୍ରାଇଭରମାନଙ୍କ ଦାବି ରାଜ୍ୟ ସରକାର ପୂରଣ କରିଛନ୍ତି ତେଣୁ ଏହି କାରଣରୁ ପୁଣି ଗାଡି ଚଳାଚଳ ସ୍ୱାଭାବିକ ହୋଇଛି।

ସୂଚନା ଅନୁଯାୟୀ , କେନ୍ଦ୍ର ସରକାରଙ୍କ ‘ହିଟ୍‌ ଏଣ୍ଡ ରନ୍’ ଆଇନ ଓ ରାଜ୍ୟ ସରକାରଙ୍କ ପ୍ରତାରଣା ବିରୋଧରେ ୩ଦିନ ଧରି ଚାଲିଥିବା ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିଥିଲେ। ଏହାଫଳରେ ବସ ଚଳାଚଳ ବନ୍ଦ ହୋଇଯିବ ସହିତ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଯାତ୍ରୀମାନେ। ଏପରିକି ରୋଗୀମାନେ ମଧ୍ୟ ଚିକିତ୍ସିତ ହେବାକୁ ଡାକ୍ତରଖାନା ଯାଇପାରୁନଥିଲେ। ତେବେ ଆଜି ସେହି ଆନ୍ଦୋଳନକୁ ସ୍ଥଗିତ କରିଛନ୍ତି ବସ ମହାସଂଘର ମୁଖ୍ୟ ଏହାପରେ ସବୁଆଡେ ବସ ଚଳାଚଳ ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କ ସହ ଡ୍ରାଇଭର ମହାସଂଘର ଆଲୋଚନା ପରେ ଏଭଳି ନିଷ୍ପତ୍ତି ହୋଇଛି। ଡ୍ରାଇଭରଙ୍କ ଆନ୍ଦୋଳନ ପରିପ୍ରେକ୍ଷୀରେ ରାଜ୍ୟ ପରିବହନ କମିସନର ଅମିତାଭ ଠାକୁରଙ୍କ ସହ ଡ୍ରାଇଭର ମହାସଂଘର ମୁଖ୍ୟ ଆଲୋଚନା କରିଥିଲେ। ଆଲୋଚନା ପରେ ଶ୍ରୀ ଠାକୁର ଗଣମାଧ୍ୟମକୁ କହିଥିଲେ ଯେ ଡ୍ରାଇଭରମାନଙ୍କ ଦାବି ରାଜ୍ୟ ସରକାର ପୂରଣ କରିଛନ୍ତି। ଏଥିପାଇଁ ପୂର୍ବରୁ ଯେପରି ଗାଡି ଚଳାଚଳ ହେଉଥିଲା ସେଭଳି ଗାଡି ଚଳାଚଳ ଆରମ୍ଭ ହୋଇ ଯାଇଛି।

Related Articles

Back to top button