ଆଜି ସୂର୍ଯ୍ୟ ମିଶନ ପାଇଁ ଧାର୍ଯ୍ୟ କକ୍ଷପଥରେ ସ୍ଥାପିତ ହେବ ଆଦିତ୍ୟ ଏଲ୍-ୱାନ୍

ସଫଳ ହେବାକୁ ଯାଉଛି ଭାରତର ସୂର୍ଯ୍ୟ ମିଶନ। ଆଜି ସୂର୍ଯ୍ୟ ମିଶନ ପାଇଁ ଧାର୍ଯ୍ୟ କକ୍ଷପଥରେ ସ୍ଥାପିତ ହେବ ଆଦିତ୍ୟ ଏଲ୍-ୱାନ୍ । ଶନିବାର ଅପରାହ୍ନ ୪ଟାରେ ଏହାକୁ ଲାଗରେଞ୍ଜ ପଏଣ୍ଟରେ ଅବସ୍ଥାପିତ କରାଯିବ। ଏହି କକ୍ଷପଥରେ ଘୂର୍ଣ୍ଣନ କରି ସୂର୍ଯ୍ୟ ଉପରେ ଅଧ୍ୟୟନ କରିବ । ଏ ନେଇ ଇସ୍ରୋ ପକ୍ଷରୁ ସୂଚନା ମିଳିଛି। ଆଦିତ୍ୟ ଏଲ୍-ୱାନ୍ ପଏଣ୍ଟ ହେଉଛି ସେହି ସ୍ଥାନ ଯେଉଁଠାରେ ପୃଥିବୀ ଓ ସୂର୍ଯ୍ୟର ଉଭୟ ଗ୍ରହର ମାଧ୍ୟାକର୍ଷଣ ମଧ୍ୟରେ ସନ୍ତୁଳନ ରହିଛି।

ପୃଥିବୀଠାରୁ ସୂର୍ଯ୍ୟ ମଧ୍ୟରେ ଏଭଳି ୫ଟି ଲାଗରେଞ୍ଜ ପଏଣ୍ଟ ରହିଛି। ପ୍ରଥମ ଲାଗରେଞ୍ଜ ପଏଣ୍ଟ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ । ଏଠାରେ ଆଦିତ୍ୟ ଏଲ୍-ୱାନ୍ ରହି ସୂର୍ଯ୍ୟର ବିଭିନ୍ନ ଗତିବିଧି ଓ ମହାକାଶର ପାଣିପାଗ ସମ୍ପର୍କରେ ଅନୁଧ୍ୟାନ କରିବ । ସେପ୍ଟେମ୍ବର ୨ ତାରିଖରେ ଇସ୍ରୋ ଦେଶର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ୍-ୱାନ୍ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆରମ୍ଭ କରିଥିଲା। ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋର ଜଣେ ଅଧିକାରୀଙ୍କ କହିବା ମୂତାବକ ଆଦିତ୍ୟ ଏଲ୍-ୱାନ୍ ପଥରେ ପହଞ୍ଚି ସାରିଛି। ଆଜି କକ୍ଷପଥରେ ସ୍ଥାପିତ ହେବ।

Related Articles

Back to top button