ଗୁରୁବାର ଜିଲ୍ଲା ପ୍ରଶାସନ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି ବୈଠକ

ରଥଯାତ୍ରା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଜୁଲାଇ ୭ ତାରିଖରେ ରଥଯାତ୍ରା । ଏଥିପାଇଁ ଗୁରୁବାର ଜିଲ୍ଲା ପ୍ରଶାସନ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି ବୈଠକ ହେଉଛି।ପୁରୀ ସର୍କିଟ ହାଉସ ଠାରେ ଏହି ବୈଠକ ପ୍ରସ୍ତୁତି ହୋଇଛି । ଚଳିତ ବର୍ଷ ରଥ ଯାତ୍ରାକୁ ଶୃଙ୍ଖଳିତ ସହ ତୁଲାଇବାକୁ ଏହି ବୈଠକ ଆୟୋଜନ କରାଯାଇଛି । ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପ୍ରଶାସନ ସମସ୍ତ ବିଭାଗୀୟ ଅକା କାରୀ, ଏସ୍‌ପି ଓ ଜିଲ୍ଲା ପୁଲିସ ଅନ୍ୟ ନ୍ୟ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ପ୍ରମୁଖ ଯୋଗ ଦେଇ ରଥଯାତ୍ରା ପାଇଁ ପ୍ରସ୍ତୁତି କରିଛନ୍ତି ।

ଅକ୍ଷୟତୃତୀୟା ଦିନ ଠାରୁ ରଥ କାର୍ଯ୍ୟ ଆରମ୍ଭ ହେବ । ରଥ ନିର୍ମାଣ କିପରି ସୁରୁଖୁରୁରେ ହେବ ସେନେଇ ମଧ୍ୟ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି । ନିର୍ବାଚନ ଓ ଏହା ପରେ ପରେ ଅନୁଷ୍ଠିତ ହେବାକୁ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ପ୍ରଶାସନ ପାଖରେ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଏହାକୁ ଶୃଙ୍ଖଳିତ ସହ ତୁଲାଇବାକୁ ଏପରି ବ୍ୟବସ୍ଥା କରାଯାଇଛି । ଏଥିସହ ରଥଯାତ୍ରା ସମୟରେ ନିର୍ଦ୍ଧାରିତ ସମୟରେ ଠାକୁରଙ୍କ ପହଣ୍ଡି, ରଥଟଣା,ଖାଦ୍ୟ ଓ ପାନୀୟ ବ୍ୟବସ୍ଥା, ଗହଳି ନିୟନ୍ତ୍ରଣ, ବିଭିନ୍ନ ପ୍ରକାର ପାସ୍ ବ୍ୟବସ୍ଥା, ଯାତ୍ରୀ ପରିବହନ, ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ଏହି ବୈଠକରେ ଆଲୋଚନା କରାଯିବ ବୋଲି କୁହାଯାଇଛି ।

Related Articles

Back to top button