ୟୁଏଫଓର ସତ୍ୟତା ଜାଣିବା ପାଇଁ ଭାରତୀୟ ବାୟୁସେନା ନିୟୋଜିତ କରିଛି ଦୁଇଟି ରାଫାଲ ଯୁଦ୍ଧ ବିମାନ

ରବିବାର ଅପରାହ୍ନରେ ମଣିପୁରର ଇମ୍ଫାଲ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଏକ ୟୁଏଫଓ ଦେଖିବାକୁ ମଳିଛି । ଏହାର ସତ୍ୟତା ଜାଣିବା ପାଇଁ ଭାରତୀୟ ବାୟୁସେନା ତୁରନ୍ତ ଇମ୍ଫାଲ ବିମାନବନ୍ଦର ନିକଟରେ ଦୁଇଟି ରାଫାଲ ଯୁଦ୍ଧ ବିମାନ ପଠାଇଛି। ଇମ୍ଫାଲ ବିମାନବନ୍ଦରରେ ୟୁଏଫଓର ଦୃଶ୍ୟ ରବିବାର ଅପରାହ୍ନ ପ୍ରାୟ ସାଢେ ଦୁଇଟାରେ ଦେଖିବାକୁ ମିଳିଥିଲା, ଯାହା ପରେ ସାଧାରଣ ବିମାନ ସେବା ପ୍ରଭାବିତ ହୋଇଥିଲା । ସୂଚନା ଅନୁଯାୟୀ , ଇମ୍ଫାଲ ବିମାନବନ୍ଦର ନିକଟରେ ୟୁଏଫଓ ବିଷୟରେ ସୂଚନା ପାଇବା ପରେ ତୁରନ୍ତ ନିକଟସ୍ଥ ଏୟାରବେସରୁ ଏକ ରାଫାଲ ଯୁଦ୍ଧ ବିମାନ ୟୁଏଫଓ ଖୋଜିବା ପାଇଁ ପଠାଯାଇଥିଲା।”ଉନ୍ନତ ସେନ୍ସର ସହିତ ସଜ୍ଜିତ ରାଫାଲ, ୟୁଏଫଓ ଖୋଜିବା ପାଇଁ ସନ୍ଦିଗ୍ଧ ଅଞ୍ଚଳ ଉପରେ ଉଡିଥିଲା, କିନ୍ତୁ ସେଠାରେ କିଛି ମିଳିପାରିଲା ନାହିଁ ।” କେବଳ ସେତିକି ନୁହେଁ ପ୍ରଥମ ବିମାନ ଫେରିବା ପରେ ଦ୍ୱିତୀୟ ରାଫେଲ ବିମାନ ପଠାଯାଇଥିଲା। ଉଭୟ ବିମାନ ୟୁଏଫଓ ଖୋଜିଥିଲେ, କିନ୍ତୁ ୟୁଏଫଓ ଆଖପାଖର କୌଣସି ସ୍ଥାନରେ ଦେଖାଯାଇ ନଥିଲା ।

Related Articles

Back to top button