ସୋସିଆଲ ମିଡିଆରେ ଭାଇରାଲ ହେଉଛି ‘ଭୂକମ୍ପ ପ୍ରୁଫ୍ ବେଡ୍’ ଭିଡିଓ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଆମେ ଆମେ ପ୍ରତିଦିନ ବିଭିନ୍ନ ଭିଡିଓ ଦେଖିଥାଉ  ।  କିନ୍ତୁ ସେଥିମଧ୍ୟରୁ କିଛି ଭିଡିଓ ଆମକୁ ମଜା ଦେଇଥିବା ବେଳେ କିଛି ଆମ ପାଇଁ ପ୍ରକୃତରେ ଅର୍ଥପୂର୍ଣ୍ଣ ଥାଏ  । ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଭୂକମ୍ପ ପ୍ରୁଫ୍ ବେଡ୍ ବିଷୟରେ ସୂଚନା ଦିଆଯାଇଛି ।

ଭୂକମ୍ପ ହେଉଛି ପ୍ରକୃତିର ଅନ୍ୟ ଏକ ରୂପ । କିନ୍ତୁ ଏହି ଭୂକମ୍ପରୁ ରକ୍ଷା ପାଇବା ପାଇଁ ଆସିଛି ଏକ ଶଯ୍ୟା ଯେଉଁଥିରେ ଶୋଇବା ଦ୍ୱାରା ଭୂକମ୍ପ ରକ୍ଷା ପାଇବେ । ନିକଟରେ ଭାଇରାଲ୍ ହେଉଥିବା ଭିଡିଓ ଦେଖିବାକୁ ମିଳିଛି  । କୁହାଯାଉଛି ଶଯ୍ୟା ଏତେ ଶକ୍ତିଶାଳୀ ଯେ ଭୂକମ୍ପ ହେଲେ ମଧ୍ୟ ଏହା ଉପରେ ଶୋଇଥିବା ବ୍ୟକ୍ତିଙ୍କ ଜୀବନ ରକ୍ଷା ପାଇବ । ବଞ୍ଚିବା ପାଇଁ ସମସ୍ତ ବ୍ୟବସ୍ଥା ଏଥିରେ ଉପସ୍ଥିତ ରହିବ  । ଯଦି ଭୂକମ୍ପ ହୁଏ, ତେବେ ବଙ୍କର୍ ବେଡ୍ ବନ୍ଦ ହୋଇଯିବ  ।

ଭାଇରାଲ ହେଉଥିବା ଭିଡିଓରେ, ଆପଣ ଦେଖିପାରିବେ ଯେ 3D ଟେକ୍ନୋଲୋଜି ସାହାଯ୍ୟରେ ଶଯ୍ୟାର ବିଶେଷତା ବର୍ଣ୍ଣନା କରାଯାଇଛି  । ଏହି ଶଯ୍ୟା ଏତେ ଶକ୍ତିଶାଳୀ ଯେ ଭୂକମ୍ପ କମ୍ପନ ସହ ଲଢ଼େଇ କରିପାରିବ । ସବୁଠୁ ଖାସ୍‌ କଥା ହେଉଛି ଶଯ୍ୟାରେ ଜଳ, ଖାଦ୍ୟ ସମେତ ଏକ ମେଡିକାଲ କିଟ୍ ମଧ୍ୟ ଉପସ୍ଥିତ ରହିଛି  ।  ଲୋକମାନେ ଏହି ଶଯ୍ୟା ବ୍ୟବହାର କରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜ ଜୀବନ ରକ୍ଷା କରିପାରିବେ  ।

ଅନ୍ୟପକ୍ଷେ, ହିମାଚଳରେ କଂଗ୍ରେସ ଅଧ୍ୟକ୍ଷା ପ୍ରତିଭା ସିଂହ ଗଣମାଧ୍ୟମକୁ କହିଛନ୍ତି,  ଦଳ ତାଙ୍କ ସ୍ୱାମୀ ବୀରଭଦ୍ର ସିଂହଙ୍କ ନାଁରେ ନିର୍ବାଚନ ଲଢିଲା ଏବଂ ଜିତିଲା ମଧ୍ୟ । ତେଣୁ ତାଙ୍କ ପରିବାରକୁ ଅଣଦେଖା କରିବା ଭୁଲ ହେବ । ସେ ଆହୁରି କହିଛନ୍ତି, ସେ ମୁଖ୍ୟମନ୍ତ୍ରୀ ଭାବେ ସେ ଦାୟିତ୍ୱ ନେଇ ପାରିବେ । କାରଣ ଏବେ ସେ ସୋନିଆଙ୍କ ନିର୍ଦ୍ଦେଶ କ୍ରମେ ଦଳର ନେତୃତ୍ୱ ନେଉଛନ୍ତି । ବୀରଭଦ୍ର ସିଂହଙ୍କର ଗତବର୍ଷ ଦେହାନ୍ତ ହୋଇଥିଲା ।

Related Articles

Back to top button