ଭିସ୍ତାରା ଯାତ୍ରୀବାହୀ ବିମାନର ଇଞ୍ଜିନ୍‌ ଫେଲ୍‌, ସିଙ୍ଗିଲ୍‌ ଇଞ୍ଜିନ୍‌ରେ କଲା ଲ୍ୟାଣ୍ଡିଂ

ନୂଆଦିଲ୍ଲୀ: ଆଜିକାଲି ଦେଶରେ ବିମାନର ତ୍ରୁଟିପୂର୍ଣ୍ଣ ମାମଲା କ୍ରମାଗତ ଭାବେ ବଢିବାରେ ଲାଗିଛି। ବ୍ୟାଙ୍କକରୁ ଦିଲ୍ଲୀ ଫେରୁଥିବା ଭିସ୍ତାରା ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ (UK-122 (BKK-DEL)ର ଇଞ୍ଜିନ ଫେଲ ହୋଇଯାଇଛି। ଇଞ୍ଜିନ ଫେଲ ହୋଇଥିବା ସତ୍ତ୍ୱେ ବିମାନଟିକୁ ସିଙ୍ଗିଲ ଇଞ୍ଜିନ୍‌ରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରାଯାଇ ଦିଲ୍ଲୀ ବିମାନ ବନ୍ଦରର ପାର୍କିଂ ୱେରେ ରଖାଯାଇଛି। ଏ ବାବଦରେ ଡିଜିସିଏକୁ ସୂଚନା ଦିଆଯାଇଥିଲା। ଏହି ଘଟଣା ଜୁଲାଇ ୫ରେ ଘଟିଥିଲା।
ଏନେଇ ଭିସ୍ତାରା ମୁଖପାତ୍ର କହିଛନ୍ତି ଯେ, ଆମର ବିମାନ UK-122 (BKK-DELରେ ଜୁଲାଇ ୫ରେ ଦିଲ୍ଲୀରେ ଅବତରଣ କରିବା ପରେ ପାର୍କିଂ ଓ୍ବେକୁ ନିଆଯିବା ସମୟରେ ସାମାନ୍ୟ ଯାନ୍ତ୍ରିକ ତ୍ରୁଟି ରହିଥିଲା। ଯାତ୍ରୀମାନଙ୍କ ସୁରକ୍ଷାକୁ ଧ୍ୟାନରେ ରଖି କର୍ମଚାରୀମାନେ ବିମାନଟିକୁ ପାର୍କିଂ ବେ’କୁ ଟାଣିବାକୁ ନିଷ୍ପତ୍ତି ନେଇଥିଲେ।
ସୂଚନାଯୋଗ୍ୟ,ଜୁଲାଇ ୫ରେ ସ୍ପାଇସଜେଟର ଏସ୍‌ଜି-୧୧ ବିମାନ ଦିଲ୍ଲୀରୁ ଦୁବାଇ ଅଭିମୁଖେ ଯାଉଥିବାବେଳେ ବ୍ୟୁଲ୍‌ ଇଣ୍ଡିକେଟର୍‌ରେ ତ୍ରୁଟି ଜଣାପଡିବା ପରେ ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରିଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ।

Related Articles

Back to top button